ଖପ୍ରାଖୋଲ ବ୍ଲକରେ ଚାଲିଥିବା ଦୁର୍ନୀତି ବିରୋଧରେ ପୂର୍ବତନ ମନ୍ତ୍ରୀଙ୍କ ଧାରଣା : ବ୍ଲକ ପରିସରରେ ବିଡ଼ିଓଙ୍କ ଅନୁପସ୍ଥିତି ପାଇଁ ରାତି ସାରା ଧାରଣାରେ ବସିବାକୁ ଦେଲେ ଚେତାବନୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ବିଜେପିର ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅଗଣାତାନ୍ତ୍ରିକ ସରକାର ଚାଲିଥିବା ବେଳେ ପ୍ରତ୍ୟେକ ବ୍ଲକରେ ୪୦ ପରସେଣ୍ଟ ପିସି କାରବାର ବ୍ଲକରେ ହେଉଥିବା ସମସ୍ତ କାର୍ଯ୍ୟରେ ବିଜେଡି ବିଧାୟକ ଓ ବ୍ଲକ ଅଧ୍ୟକ୍ଷଙ୍କ ସମ୍ପୂର୍ଣ୍ଣ ହସ୍ତକ୍ଷେପ କରିବା ଏବଂ ଦୁର୍ନୀତି ବ୍ୟଭିଚାର ବିରୁଦ୍ଧରେ ଆଜି ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକ ଘେରାଉ କରିଛି ବିଜେପି । ପୂର୍ବତନ ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ହୋଇଥିବା ଏହି ଘେରାଉରେ ଶହ ଶହ ବିଜେପି କର୍ମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସରକାର ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇଥିଲେ । ପୂର୍ବତନ ବିଧାୟକ ଓଡିଶାର ବର୍ତ୍ତମାନ ସରକାର ଉପରେ ବର୍ଷିଥିଲେ ଓ ଖପ୍ରାଖୋଲ ବିଡ଼ିଓଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ବିଷୟରେ ଜଣାଥିଲେ ମଧ୍ୟ ସେ ଅନୁପସ୍ଥିତ ଥିବାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ଶତାଧିକ ବିଜେପି କର୍ମୀ ମାନେ ଧାରଣାରେ ବସିଛନ୍ତି । ବିଡ଼ିଓ କିମ୍ୱା ତାଙ୍କ ଉପରିସ୍ଥ ଅଧିକାରୀ ଯେ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟକୁ ଆସି ମେମୋରେଣ୍ଡମ ଗ୍ରହଣ କରି ନାହାନ୍ତି ସେତିକି ସମୟ ପର୍ଯ୍ୟନ୍ତ ଧାରଣାରୁ ଉଠିବି ନାହିଁ ବୋଲି ଚେତାବନୀ ଦେଇଛନ୍ତି କନକ ବର୍ଦ୍ଧନ ସିଂହଦେଓ । ସ୍ଥାନୀୟ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଓ ଆକାଉଣ୍ଟ ଅଫିସର ହରେକୃଷ୍ଣ ମେହେର ଦାବୀପତ୍ର ଗ୍ରହଣ କରିବାକୁ ଯାଇଥିଲେ ମଧ୍ୟ ବିଡ଼ିଓଙ୍କୁ ହିଁ ଦାବୀପତ୍ର ଦେବେ ବୋଲି ବିଜେପି କର୍ମୀ କହିଥିଲେ । ଆନ୍ଦୋଳନରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ଶଶି ପୁଝାରୀ, ଦେବାକାନ୍ତ ପାଣିଗ୍ରାହୀ, ଉପେନ୍ଦ୍ର ଭୋଇ, କର୍ଣ୍ଣ ସିଂ ଠାକୁର, ବାବାଜୀ ମେହେର, ବୁଲୁ ଯୋଶୀ, ଶିବା ସୁନା, ଭାରତ ସାହୁ, ଦେବାନନ୍ଦ ଭୋଇ, ସତ୍ୟାନନ୍ଦ ସେନ୍ଦ୍ରିଆ, ମଧୁ ବରିହା, ନୀଳ ପାଣିଗ୍ରାହୀ, ପ୍ରଶାନ୍ତ ଦାଶ, କୁନୁ ମୁଣ୍ଡା ଶତାଧିକ କର୍ମୀ ସାମିଲ ହୋଇଥିଲେ । ଏନେଇ ବିଡ଼ିଓ ଆକାଶ ରଞ୍ଜନ ସାହୁଙ୍କୁ ପଚାରିବାରୁ ସରକାରୀ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଖପ୍ରାଖୋଲ ଫେରୁଥିବା କହିଛନ୍ତି ।

jittmm
Leave A Reply

Your email address will not be published.