csstore

ଅବହେଳିତ ଅବସ୍ଥାରେ ୪୦୦ ବର୍ଷର ଶିବ ମନ୍ଦିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅନ୍ତର୍ଗତ କୁଟାସିଂହା (କଣ୍ଟାପାଲି) ସ୍ଥିତ କପିଳେଶ୍ୱର ଶିବ ମନ୍ଦିର ଅବହେଳିତ ଅବସ୍ଥାରେ ପଡି ରହିଛି । ୪୦୦ ବର୍ଷ ପୁରୁଣା ଏହି ମନ୍ଦିରକୁ କାହାରି ନିଘା ନାହଁ, ମନ୍ଦିରକୁ ଯିବାକୁ ଭଲ ରାସ୍ତା ଟିଏ ନାହଁ କି ଖରା ବର୍ଷାରେ ଆଶ୍ରୟ ନେବାକୁ ଶ୍ରଦ୍ଧଳୁଙ୍କ ପାଇଁ ଘର ଖଣ୍ଡିଏ ନାହିଁ । ଷ୍ଟ୍ରିଟ ଲାଇଟ, ପାନୀୟ ଜଳର ମଧ୍ୟ ବନ୍ଦୋବସ୍ତ ନାହଁ, ଯଦ୍ଵାରା କି ମନ୍ଦିରରେ ବାହାଘର କି ବ୍ରତ ଘର ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ଲୋକେ । ପୁଣି ପାଚେରୀ ନଥିବାରୁ ଗାଈଗୋରୁ ଛେଳି ମେଣ୍ଢା କୁକୁର ଇତ୍ୟାଦିଙ୍କର ଅବାଧ ପ୍ରବେଶ ଘଟିଥାଏ । ସାଲେଭଟା କୁଟାସିଂହା ମୁଖ୍ୟରାସ୍ତାରୁ ପାଞ୍ଚ ଶହ ମିଟର ଭିତରକୁ ମନ୍ଦିର ରହିଥିବାରୁ ଲୋକଙ୍କ ଅବଗତି ନିମନ୍ତେ ସାଇନବୋର୍ଡ ଟିଏ ମଧ୍ୟ ଲାଗିନାହଁ, ଭୋଟ ସମୟ ଆସିଲେ ପଂଚାୟତ ସ୍ତରରୁ ଉପର ମହଲା ନେତାଙ୍କ ଅନେକ ପ୍ରତିଶୃତି ମିଳେ କିନ୍ତୁ ଭୋଟ ସରିଗଲେ ସମସ୍ତେ ଭୁଲି ଯାନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକେ, ଏହି ଶ୍ୟବ ପୀଠରେ ଅନେକ ସମସ୍ୟା ରହିଛି ପ୍ରଶାସନ ଟିକିଏ ଦୃଷ୍ଟି ଦେଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ମନ୍ଦିର ପୂଜକ ।

jayashree
Leave A Reply

Your email address will not be published.