ବିଜେପି ପକ୍ଷରୁ ଆଗଲପୁର ବ୍ଳକ ଘେରାଉ

ସାଲେଭଟା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତାପାର୍ଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଲକ ଘୋରାଉ କରାଯାଇଛି । ଏଥିପାଇଁ ରାଜ୍ୟପାଳଙ୍କ ଉଦେଶ୍ୟରେ ୪ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ବିଜେପି ପକ୍ଷରୁ ଏକ ରାଲି କରାଯାଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିବା ବେଳେ ଗେଟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଅଫିସକୁ ଘେରାଉ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ସ୍ଳୋଗାନମାନ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାରୀ ଦଳର କର୍ମକର୍ତାଙ୍କୁ ଅଗ୍ରାଧିକାର ଦେଇ ଗରିବ ଜନତାଙ୍କୁ ଅଣଦେଖା କରିବା, ଓଡିଶାରେ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି, ଗ୍ରାମସଭା ହେଉନଥିବା ଓ ଗ୍ରାମପଂଚାୟତ ସରପଂଚ, ସମିତି ସଭ୍ୟମାନଙ୍କ କ୍ଷମତାକୁ ସଂକୁଚିତ କରିବା, ଗ୍ରାମ ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଖୁଲମ ଖୁଲା ଦୁର୍ନୀତି ଓପିସି କାରବାର ବନ୍ଦ କରିବା ପରି ୪ଦଫା ସମ୍ମଳିତ ଦାବୀପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଆଗଲପୁର ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଲଦୀପ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା । ଆଗଲପୁର ମଣ୍ଡଳ ସଭାପତି ପିତାମ୍ବର କଂଟା ଏଥିରେ ନେତୃତ୍ୱ ନେଇଥିଲେ । ଏଥିରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ଏମ୍‌ପି ପ୍ରତିନିଧି ଉମେଶ ଚନ୍ଦ୍ର ପଟେଲ, ବରିଷ୍ଠ ବିଜେପି ନେତା ସୀତାରାମ ପୁରୋହିତ, ଝରଣିପାଲି ସମିତି ସଭ୍ୟ ନରେଶ ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ତୁରନ୍ତ ଏହାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଦାବୀପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ପିଜେପି ଆଗଲପୁର ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.