ପଟୁଆପାଲିରେ ବିଜ୍ଞାନ ମେଳା ଅନୁଷ୍ଠିତ

ସାଲେଭଟା, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଳକ ପଟୁଆପାଲି ପଲ୍ଲୀବିକାଶ ହାଇସ୍କୁଲଠାରେ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଂଚ ତଥା ସ୍କୁଲର ମାର୍ଗଦର୍ଶକ ରବିଚନ୍ଦ୍ର ବସ୍ତିଆ ପ୍ରଦୀପ ପ୍ରଜ୍ୱଳନ କରି ଏହାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ୩୬ ଟିପ୍ରକଳ୍ପ ଏଥିରେ ସ୍ଥାନୀତ ହୋଇଥିଲା । ଉପରେ ଚଳିତ ବର୍ଷ ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଷୟ ବସ୍ତୁ ଉପରେ ଆଧାରିତ ରହିଥିଲା । ଏଥିପାଇଁ ସ୍ୱ୍ୟାସ୍ଥ୍ୟା (ସଂପାଦନା), ଜୀବନ, (ପରିବେଶ ପାଇଁ ଜୀବନ ଶୈଳୀ), ଯୋଗାଯୋଗ ଓ ପରିବହନ ଏବଂ ପ୍ରତିଯୋଗିତା ମନୋଭାବ ବିଚାରଧାରା ଉପରେ ଆଧାରିତ ରହିଥିଲା । ବକଟି ବଂଶୀଧର ସ୍ମରକୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ବିଚାରକ ଆକାରରେ ଯୋଗଦାନ କରିଥିଲେ । ଏଥିପାଇଁ ୫ଟି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଂଚ ତଥା ସ୍କୁଲର ମାର୍ଗଦର୍ଶକ ରବିଚନ୍ଦ୍ର ବସ୍ତିଆ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଜ୍ଞାନ ଶିକ୍ଷକ କ୍ଷୀରୋଦ୍ର କୁମାର ସାହୁ ଜ୍ଞାନ ବିଜ୍ଞାନ ମେଳାର ଉଦେଶ୍ୟ ଜ୍ଞାପନ କରିଥିଲେ । ହିନ୍ଦୀ ଶିକ୍ଷକ ଘାସିରାମ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଦିଲୀପ କୁମାର ପଧାନ, କପିଳେଶ୍ୱର ପଧାନ, ହରିହର ମାଝୀ, ବିରଂଚି ପ୍ର୍‌ସାଦ ଦୀପ, ନବୀନ କଂଟା ଓ ରବିନ୍ଦ୍ର ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.