ଯୁବଶକ୍ତି କ୍ଲବ ତରଫରୁ ଫୁଟ୍‌ବଲ୍‌ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଜଲଦା ଏ ବ୍ଲକ ସ୍ଥିତ ଯୁବଶକ୍ତି କ୍ଲବ ତରଫରୁ ଏକ ଫୁଟବଲ ପ୍ରତିଯୋଗିତା ଗତ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତା ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ପ୍ରତିଯୋଗିତା ନକ୍‌ଆଉଟ ଭିତ୍ତିକ ହୋଇଥିବା ବେଳେ ଏଥିରେ ୩୨ଟି ଯୁବ ଦଳ ଓ ୮ଟି ଭେଟେରାନ ଦଳ ଭାଗ ନେଇଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ପ୍ରାକ୍ତନ ସିଆରପିଏଫ୍‌ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି ଓ ଆଶା ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । କ୍ଲବର ସଭାପତି ଆଦମାନ କନୱଏ, ସାଧାରଣ ସମ୍ପାଦକ ରବି ବେବର୍ତ୍ତା, ଉପଦେଷ୍ଟା ପଦ୍ମନାଭ ମହାପାତ୍ର, ଭେଟେରାନ ଖେଳାଳି ଆନନ୍ଦ ବେହେରା, ସମାଜସେବୀ ସୁଦର୍ଶନ ଏକ୍କା, ଏସ୍‌ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏହି ଅବସରରେ କ୍ଲବର ଉଦ୍ୟମକୁ ପ୍ରଶଂସା କରିବା ସହ ଖେଳ କେବଳ ଶାରିରୀକ ସୁସ୍ଥତା ପାଇଁ ନୁହେଁ ବରଂ ମାନସିକ ଶକ୍ତି ବୃଦ୍ଧି ସହ ଅବସାଦ ଦୂର କରେ । ଏହାସହ ଭାଇଚାରା ବଜାୟ ରଖିବା ସହ ସହାବସ୍ଥାନର ବାର୍ତ୍ତା ପ୍ରସାର କରିବାରେ ସହାୟକ ହୁଏ ବୋଲି ମତ ରଖିଥିଲେ ।

Leave A Reply

Your email address will not be published.