କଣ୍ଟାବାଞ୍ଜି ଜିଆର୍ ପ୍ଳେସ୍‌ରେ ବୀର ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

csstore

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜିଆର୍ ପ୍ଳେସ୍‌ଠାରେ ହଜାର ସଂଖ୍ୟାରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅସୁବିଧା ବିରୁଦ୍ଧରେ ଲଢିଥିବା ଜଳ, ଜଙ୍ଗଳଜମିର ଅସଲ୍ ମାଲିକ ମହାନ୍ ଆଦିବାସୀ ବୀର ଯୋଦ୍ଧା, ସ୍ୱାଧୀନତା ସଂଗ୍ରାମୀ, ଶହିଦ ବିର୍ସାମୁଣ୍ଡାଙ୍କ ସାହସିକ ଆତ୍ମାକୁ ଦୀପ ପ୍ରଜ୍ୱଳନ କରି ସମ୍ମାନ ଦେଇଥିଲେ । ଯୁବ ଆଦିବାସୀ ନେତା ଏକ୍ସ କମାଣ୍ଡୋ ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ଜିଆର୍‌ ପେଲେସରେ ବିର୍ସମୁଣ୍ଡା ଜୟନ୍ତୀ ପାଳନ କରାଯାଇଥିଲା । ଏହି ଦିନ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଆଦିବାସୀ ସମ୍ପ୍ରଦାୟର ଲୋକ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କରି ଏକ ରାଲି ମାଧ୍ୟମରେ କଣ୍ଟାବାଞ୍ଜି ସହର ପରିକ୍ରମା କରାଯାଇଥିଲା । ଏହି ସମାବେଶରେ ହଜାର ସଂଖ୍ୟାରେ ଆଦିବାସୀ ଲୋକମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ପ୍ରକାରର ଆଦିବାସୀ ସଂସ୍କୃତି ପ୍ରଦର୍ଶିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ପଦମପୁର ବିଧାୟକ ବର୍ଷା ସିଂ ବରିହା, ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ରାଜୁ ଘିବେଲା, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ଭୋଇ, ଏସ୍‌ଡିସି ଉପାଧ୍ୟକ୍ଷ ନିରୁପମା ମାଝୀ, ଦୈତାରି ଭୋଇଙ୍କ ସହ ହଜାର ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.