om academy

ଜାତୀୟ ପ୍ରେସ ଦିବସ : ରାଜନୈତିକ, ସୋସିଆଲ ମିଡ଼ିଆ ଆଗରେ ଧରାସାୟୀ ସାମ୍ୱାଦିକ ପେଶା

jsm
  • ସଞ୍ଜୟ କୁମାର ନାୟକ

ଆଜିର ଆଧୁନିକ ଯୁଗରେ ଯଦି କାହାକୁ ନ୍ୟାୟ ମିଳୁନି ତାହେଲେ ପୀଡ଼ିତଙ୍କ ସ୍ୱର ହୋଇ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେଉଛି ପ୍ରେସ । କୌଣସି ସମସ୍ୟାର ସମାଧାନ ନିମନ୍ତେ ଏକ ମାତ୍ର ବ୍ରହ୍ମାସ୍ତ୍ର ହେଉଛି ଏହି ପ୍ରେସ । ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଜନସାଧାରଣଙ୍କ ନିକଟକୁ ଖବର ପହଞ୍ଚାଇବା କାମ କରୁଥିଲା ଏହି ପ୍ରେସ । ଦିନକୁ ଦିନ ଦୁନିଆ ଆଗକୁ ବଢ଼ୁଥିବା ବେଳେ ପ୍ରେସର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସୃଷ୍ଟି ହୋଇ ଲୋକମାନଙ୍କ ନିକଟକୁ ଖବର ପ୍ରସାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଉଛନ୍ତି । ଯେମିତିକି ପ୍ରଥମେ ଲୋକେ ଖବର କାଗଜ ପଢ଼ି ଦେଶ ଦୁନିଆ ବିଷୟରେ ଜାଣି ପାରୁଥିଲେ, ଧୀରେ ଧୀରେ ତାହା ଟେଲିଭିଜନ ଆଡକୁ ଗତି କଲା, ଯାହାକି କେବଳ ଦୂରଦର୍ଶନ ପ୍ରସାର କରୁଥିଲା । ଧିରେ ଧିରେ ବିଭିନ୍ନ ଟିଭି ଚ୍ୟାନେଲ ନିଜ ନିଜର ଖବର ଚ୍ୟାନେଲ ବାହର କଲେ, ତାହା ବି ଲୋକଙ୍କ ଦ୍ୱାରା ଆଦୃତ ହେଲା, ଏବେ ଏହାକୁ ଟପି ଯାଇ ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଏବେ ଖବର ଚ୍ୟାନେଲଙ୍କ ଗୁରୁତ୍ଵ କମି ଗଲାଣି, ଟିଭି ଚ୍ୟାନେଲ ପକ୍ଷରୁ ମଧ୍ୟ ନିଜେ ଖବର ଲିଙ୍କ କରି ନିଜ ଚ୍ୟାନେଲ ଆଇଡିରେ ପ୍ରସାର କରିବାକୁ ବାଧ୍ୟ ହେଲେ, କାରଣ ଲୋକଙ୍କ ଚାହିଦା ।

ମୋବାଇଲ ବ୍ୟବହାର ବୃଦ୍ଧି ପାଇବା ପରେ ଏବେ ସମସ୍ତେ କିଛି ବି ଘଟଣା ବିଷୟରେ କ୍ଷଣକରେ ସବୁ ଖବର ପାଇଯାଉଛନ୍ତି । ଖାସ କରି ସୋସିଆଲ ମିଡିଆରେ ଯିଏ ବି ଯାହା ପାରିଲା ଭିଡ଼ିଓ ତିଆରି କରି କିମ୍ୱା ଫଟୋ ଉଠାଇ ଛାଡ଼ି ଦେଲେ ସବୁ ଲୋକ ଦେଖି ପାରୁଛନ୍ତି ଯଦ୍ୱାରା ପ୍ରେସ ଯେଉଁ ନାମ ରହିଛି ତାହାର ଚାହିଦା କମି କମି ଯାଉଛି । କେଉଁ କେଉଁ କାରଣରୁ ଆଜି ପ୍ରେସକୁ ଲୋକ ଗୁରୁତ୍ଵ ଦେଉ ନାହାନ୍ତି ସେ ଦିଗରେ ଚିନ୍ତା କରିବାକୁ ପଡ଼ିବ, ଲୋକ ସମ୍ପର୍କ ଓ ସୂଚନା ବିଭାଗ ଦ୍ୱାରା କଠୋର ପଦକ୍ଷେପ ଗ୍ରହଣ କରାନଗଲେ ନହେଲେ ଆଗାମୀ ଦିନରେ ପ୍ରେସ ତାର ଅସ୍ତିତ୍ୱ ହରାଇବ ଏଥିରେ ତିଳେ ମାତ୍ର ମଧ୍ୟ ସନ୍ଦେହ ନାହିଁ । କିଛି କାରଣ ଯୋଗୁଁ ପ୍ରେସ ନାଁ ବଦନାମ ହୋଇଗଲାଣି, ଯେଉଁଥି ପାଇଁ କି ଆଜି ପ୍ରେସ ପାଇଁ କାମ କରୁଥିବା ସାମ୍ବାଦିକତା ବୃତ୍ତି ପ୍ରଭାବିତ ହେଉଛି । କେତୋଟି ଜିନିଷ ଉପରେ ରୋକ ଲଗାଇଲେ ଏ ଦିଗରେ ଭଲ ହୁଅନ୍ତା ବୋଲି ସ୍ୱର ଉଠୁଛି, ଯେପରିକି ଆଜି ପେପର ପଢ଼ିବା ଅପେକ୍ଷା ଇ ପେପର ଯୁଗ ଆରମ୍ଭ ହେଲାଣି, ଲୋକ ମୋବାଇଲ ଯୋଗେ ଖବର ପଢ଼ିବାକୁ ଆଗ୍ରହୀ, ତେବେ ଏଠାରେ ବିଭ୍ରାଟ ହେଉଛି କେଉଁଠି ? ଆଜିର ପ୍ରତିଯୋଗିତା ଯୁଗରେ ଅନେକ ସଂସ୍ଥା କେବଳ ବିଜ୍ଞାପନ ପାଇବା ପାଇଁ ବିନା ତଦନ୍ତରେ ସାମ୍ୱାଦିକ ଚୟନ ତଥା ନିଯୁକ୍ତ କରିବା ପ୍ରଥମେ ଲୋକଙ୍କ ଆସ୍ଥା ହରାଉଛି । (ଏହିପରି ସାମ୍ୱାଦିକ ମାନେ ନିଜେ ଖବର ନ ଲେଖି ଲୋକଙ୍କଠାରୁ ମାଗି ଅଫିସକୁ ଖବର ପଠାଉଛନ୍ତି, କାର୍ଯ୍ୟକ୍ରମମାନଙ୍କୁ ଆଗ ଧାଡିର ସାମ୍ୱାଦିକ ହୋଇ ବିଭିନ୍ନ ନେତା, ବ୍ୟବସାୟୀଙ୍କ ଠାରୁ ଅର୍ଥ ସଂଗ୍ରହ ତାଙ୍କର ପେଶା ହୋଇଗଲାଣି, କିଏ ଭୂଲ କାମ କଲେ ତାଙ୍କୁ ଡରାଇ ଚାନ୍ଦା ମାଗିବା ନଦେଲେ ତାଙ୍କ ବିରୁଦ୍ଧରେ ଖବର ପ୍ରସାରଣ କରି ଭୟଭୀତ କରୁଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି, ସେମାନଙ୍କ ସମାଜରେ କିଛି ବି ମାନ ସମ୍ମାନ ନ ଥିବା ବେଳେ ସେମାନଙ୍କୁ କିଭଳି ଭାବରେ ଚୟନ କରାଯାଉଛି ଲୋକ ବି ହତବାକ ହୋଇଯାଉଛନ୍ତି । ଯାହାର ନାମରେ ଥାନାରେ ମାମଲା ରହିଛି ସେମାନଙ୍କୁ ପୁଣି ସାମ୍ୱାଦିକ କାର୍ଡ ଦିଆଯାଉଛି, ଯିଏ ଗୋଟିଏ ଧାଡ଼ିଟିୟେ ବି ଲେଖନ୍ତିନି କି ଘଟଣା, ସଭା ସ୍ଥଳକୁ ଯାଆନ୍ତି ନାହିଁ ସେମାନେ ଆଜି ବଡ଼ ବଡ଼ ପଦବୀରେ ବିରାଜମାନ ହୋଇଛନ୍ତି, କିଛି ଏଭଳି ସାମ୍ୱାଦିକ ଅଛନ୍ତି ଯେଉଁମାନେ ଖବର ବାହାର କରିବେନି କିନ୍ତୁ ମୋବାଇଲ ଧରି ଶହ ଶହ ଫଟୋ ଭିଡ଼ିଓ କରିବେ କିନ୍ତୁ ଖବର ଆସେନି, ଏମାନେ ବି ଗୋଟିଏ ପ୍ରକାର ସାମ୍ୱାଦିକ । ଆଉ କିଛି ଅଛନ୍ତି ଯେଉଁମାନେ କୁଆଡେ ଯିବେନି କିନ୍ତୁ ତାଙ୍କୁ ଖବର ଲେଖି କାର୍ଯ୍ୟରତ ସାମ୍ବାଦିକ ସେମାନଙ୍କଠାରୁ ମାସିକ କୋଟା ନିଅନ୍ତି । ଆଉ କେତେ ଜଣ ଅଛନ୍ତି ଯେଉଁମାନଙ୍କ ନିଜର ବ୍ୟବସାୟ ରହିଛି କିନ୍ତୁ ସେମାନଙ୍କ ବ୍ୟାପାର ବଞ୍ଚାଇବା ପାଇଁ କି ଧରପଗଡ ନ ହେବ ସେଥିପାଇଁ ବି ଏହି ସାମ୍ୱାଦିକ କାର୍ଡ କାମ ଦେଉଛି, କିଛି ଲୋକ ଚାନ୍ଦା ମଗା ସାମ୍ୱାଦିକ ନାମରେ ମଧ୍ୟ ପରିଚିତ ହୋଇଗଲେଣି । ଜେଲ ଫେରନ୍ତା, କଳାବଜାରୀ, ଗଞ୍ଜେଇ ବ୍ୟାପାରି ବି ବାଦ୍ ପଡି ନାହାନ୍ତି କାର୍ଡ ହାତେଇବାରେ । କିଛି ଲୋକ ଘୋଟାଲା କରି ନିଜର କଳା କାରନାମା ଲୁଚାଇବା ପାଇଁ ମଧ୍ୟ ଏହି ପେଶାରେ ପ୍ରବେଶ କରିଛନ୍ତି ।

ଏହି ସବୁ ବ୍ୟକ୍ତିଙ୍କ ପ୍ରବେଶ ହେଲା ପରଠାରୁ ସାମ୍ୱାଦିକତା ଉପରେ ଲୋକଙ୍କ ଭରଷା ଉଠୁଥିବା ବେଳେ ରାଜନୀତି କରୁଥିବା ନେତା ମନ୍ତ୍ରୀମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯେମିତିକି କୌଣସି ବିଧାୟକ/ବିଧାୟିକା/ ମନ୍ତ୍ରୀ/ ସାଂସଦ ନିଜ ଅଙ୍ଗରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି ଫଟୋ ଭିଡ଼ିଓ କରିବା ପାଇଁ, ସେମାନେ ବି ଗୋଟିଏ ପ୍ରକାର ସାମ୍ୱାଦିକ । ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳର ଚ୍ୟାନେଲ ରହିଛି ସେମାନେ କେବଳ ତାଙ୍କ ପାର୍ଟିର ଖବର ପ୍ରସାରଣ କରିବେ । ଦ୍ୱିତୀୟରେ ଶାସକ ଦଳ ବିରୁଦ୍ଧରେ ଖବର ପ୍ରସାରଣ କଲେ ସେମାନଙ୍କ ପ୍ରତି ସାବତ ପୁଅ ଭଳି ନେତା ମନ୍ତ୍ରୀମାନଙ୍କ ବ୍ୟବହାର ପ୍ରଦର୍ଶନ କରାଯାଏ । ତାହେଲେ ସାମ୍ବାଦିକମାନଙ୍କ ସ୍ଵତନ୍ତ୍ରତା କେଉଁଠି ରହିଲା ? ନହେଲେ ତଥ୍ୟ ଭିତ୍ତିକ ଖବର କେବଳ ସାମ୍ବାଦିକ ମାନେ ହିଁ ଦେଇପାରିବେ । ସେଥିପାଇଁ ସାମ୍ବାଦିକମାନଙ୍କୁ ଚତୁର୍ଥ ସ୍ଥମ୍ଭ ବୋଲି କୁହାଯାଏ । ଲୋକ ଯଦି ପୋଲିସ ଠାରୁ, ପ୍ରଶାସନିକ ଅଧିକାରୀଙ୍କ ଠାରୁ ନ୍ୟାୟ ନ ପାଆନ୍ତି ତେବେ ପ୍ରେସ ବା ସାମ୍ବାଦିକମାନଙ୍କୁ ଖୋଜା ଯାଇଥାଏ । ଆଜି ବି ସୋସିଆଲ ମିଡିଆରେ ଯେତେ ଯାହା ଭାଇରାଲ ହେଲେ ବି ସାମ୍ବାଦିକମାନଙ୍କ ଲେଖା କି ଖବର ଉପରେ ଲୋକଙ୍କ ନଜର ରହିଥାଏ । ଯେହେତୁ ତଥ୍ୟ ଭିତ୍ତିକ ଖବର ପାଇଁ ସାମ୍ବାଦିକ ସବୁ ତଥ୍ୟ ସଂଗ୍ରହ କଲା ପରେ ଖବର ପ୍ରସାରଣ କରନ୍ତି ତାହା ଗ୍ରହଣୀୟ । ସେଥିପାଇଁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥାଏ । ତେବେ ଏହି ପେଶାରେ ଥିବା ସାମ୍ବାଦିକମାନଙ୍କୁ କିଭଳି ଉଚିତ ସୁରକ୍ଷା, ସମ୍ମାନ ମିଳିବ, କେଉଁ କେଉଁମାନେ ଏହି ପେଶାରେ ରହି ପାରିବେ ସେଥିପାଇଁ କିଛି ସର୍ତ୍ତ ରଖାଗଲେ ଏହି ପେଶା ଉପରେ ଲୋକଙ୍କ ଆସ୍ଥା ପୁଣି ଫେରି ପାଇବ । ଲୋକ ସୂଚନା ଓ ସମ୍ପର୍କ ବିଭାଗ ପକ୍ଷରୁ ସାମ୍ବାଦିକମାନଙ୍କ ଚୟନ ପାଇଁ କିଛି ନିୟମାବଳୀ, ଯୋଗ୍ୟତା, ତାଙ୍କ କେରିରର ରେକର୍ଡ ଯାଞ୍ଚ କରି ତାଙ୍କୁ ଚୟନ କରିବା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସାମ୍ବାଦିକ ଓ ସାମ୍ବାଦିକତା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଥିବା ବେଳେ ସୋସିଆଲ ମିଡ଼ିଆ ଉପରେ ମଧ୍ୟ କିଛି କ୍ଷେତ୍ରରେ ଅଙ୍କୁଶ ଲଗାଇବାକୁ ପଡ଼ିବ । ତାହେଲେ ଏହି ପେଶା ସୁରକ୍ଷିତ ରହିବ । କଥା ଆମର ବିଚାର ଆପଣଙ୍କର ।

Leave A Reply

Your email address will not be published.