lika

ଜେଲ୍ ବନ୍ଦୀଙ୍କ ଅସହାୟ ନାବାଳକ ଉଦ୍ଧାର ଏବଂ ଥଇଥାନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିଶୁ ଦିବସରେ ଜଣେ ଶିଶୁ ପ୍ରେମୀଙ୍କ ଫୋନ କଲ୍ ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ୍ ୬ ବର୍ଷ ବୟସର ନାବାଳକ ଶିଶୁ ପୁତ୍ର ଉଦ୍ଧାର କରିଥିଲେ । ଉକ୍ତ ଶିଶୁ ପୁତ୍ରଙ୍କ ପିତା ଶିବ ସୁନା ପ୍ରାୟ ଦେଢ଼ ବର୍ଷ ହେବ ହତ୍ୟା ଅଭିଯୋଗରେ ଜେଲ ବନ୍ଦୀ ଭାବେ ଥିବା ବେଳେ ମାତା ଗୀତ ସୁନା ପ୍ରାୟ ୫ ବର୍ଷ ପୂର୍ବରୁ କୁଆଡେ଼ ବାହାରକୁ ଚାଲିଯାଇଛନ୍ତି । ପିତା ଜେଲ୍ ଯିବା ପରେ ଉଦ୍ଧାର ହୋଇଥିବା ଶିଶୁ ପଥର ଚେପା କଲୋନୀଠାରେ ଦୂର ସମ୍ପର୍କୀୟଙ୍କ ଦ୍ଵାରା ଦେଖାଶୁଣା ହୋଇ ମଧ୍ୟ କଠିନ ପରିସ୍ଥିତି ଦେଇ ଗତି କରୁଥିବା ଜାଣି ଶିଶୁ ମଙ୍ଗଳ ସମିତି ବଲାଙ୍ଗିରରେ ହାଜର ହେଲା ପରେ ଶିଶୁଙ୍କର ଯତ୍ନ ସୁରକ୍ଷା ଓ ବିକାଶ ପାଇଁ ସ୍ଥାନୀୟ ଆଦୃତ ଶିଶୁ ଗୃହରେ ଥଇଥାନ ବ୍ୟବସ୍ଥା କରୁଛନ୍ତି ।

babaa
Leave A Reply

Your email address will not be published.