oom

ଖପ୍ରାଖୋଲ ମହୋତ୍ସବ ଅବସରରେ କଂସ ଦରବାର ପାଇଁ କଂସ ବରଣ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ହେବାକୁ ଥିବା ତୃତୀୟ ଖପ୍ରାଖୋଲ ମହୋତ୍ସବ ଆଗାମୀ ଡ଼ିସେମ୍ବର ୧୬ରୁ ୨୨ ତାରିଖ ଯାଏଁ ୭ ଦିନ ଧରି ହେବାକୁ ଥିବା ବେଳେ ଖୋଲା ରଙ୍ଗ ମଞ୍ଚରେ କଂସ ଦରବାର ମଞ୍ଚସ୍ଥ ହେବ ବୋଲି ଜଣାଯାଇଛି । ଚଳିତ ବର୍ଷ ପାଇଁ ବରଗଡ ଜିଲ୍ଲା ସୋହେଲା ବ୍ଲକ୍ ବରପଦର ଗ୍ରାମର ବରିଷ୍ଠ କଳାକାର ନିର୍ମଳ ମେହେରଙ୍କୁ କଂସ ଭୂମିକାରେ ଅଭିନୟ ପାଇଁ ବରଣ କରାଯାଇଛି । ସ୍ଥାନୀୟ ଇଷ୍ଟଦେବୀ ଡୁମେରତଲିଏନ୍‌ ମନ୍ଦିର ପରିସରରେ ଆୟୋଜିତ କଳାକାରବରଣ କାର୍ଯ୍ୟକ୍ରମରେ ନିର୍ମଳ ମେହେରଙ୍କୁ ଗୁଆ, ଶ୍ରୀଫଳ, ପୁଷ୍ପମାଲ୍ୟ ଓ ଉପଢୌକନ ଦେଇ କଂସ ଭୂମିକା ତୁଳାଇବା ପାଇଁ ବରଣ କରାଯାଇଥିଲା । ବରଣ କାର୍ଯ୍ୟ ସରିବା ପରେ ଯେପରି ଏବର୍ଷ ମହୋତ୍ସବ ଶାନ୍ତି ଓ ଭାଇଚାରାର ସହ ଆକର୍ଷଣ ହେବ ସେଥିପାଇଁ କଂସ ମହାରାଜାଙ୍କୁ କମିଟି ପକ୍ଷରୁ ଗୁହାରି କରାଯାଇଥିଲା । ତୃତୀୟ ବର୍ଷ ହେବାକୁ ଥିବା ମହୋତ୍ସବରେ ମୁଖ୍ୟ ଆକର୍ଷଣ ଧଉଳି ଗଣନାଟ୍ୟ ହୋଇଥିବା ବେଳେ ମୀନା ବଜାର ଏବଂ କଂସ ଦରବାର ମଧ୍ୟ ଲୋକେ ଆନନ୍ଦ ଉଠାଇବେ । ଏହି ଅବସରରେ ଆୟୋଜକ କମିଟି ଡୁମେରତଲିଏନ୍‌ ଯୁବକ ସଂଘର ବୁଲୁ ପଣ୍ଡା, ସନ୍ତୋଷ ପଧାନ, ତେଜ ଦଣ୍ଡସେନା, ବିନୋଦ ସାହୁ, ଡୋଲାମଣି ଷାଣ୍ଡ, ଦିଲୀପ ଗଡତ୍ୟା, ରଞ୍ଜନ ସାହୁ, ଆଶିଷ ଭୋଇ, ହାକାଦେବ ପଧାନ, ନେତ୍ରା ବରିହା, ଠଣସୁନ୍ଦର ସାହୁ, ବାଦଲ ଦଣ୍ଡସେନା, ଅରକ୍ଷିତ ସାହୁ, ହରିବୋଲ ଦାସ, ସୁରୁକୁନୁ ସାହୁ, ସତ୍ୟ ବାଗ, ଉଦ୍ଧବ ମେହେର, ରୋହିତ ବାଗ, ରାଜୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.