ଡାଲଖାଇ ନୃତ୍ୟରେ କମ୍ପିଲା କେରଳ ମାଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ମାଟିର କଳା ସଂସ୍କୃତି ମହାନ । ଏହି ମାଟିରେ ଜନ୍ମି ଥିବା କଳାକାର ମାନେ ଖାଲି ନିଜ ମାଟିରେ ନୁହେଁ ଦେଶ ବିଦେଶରେ ମଧ୍ୟ ନିଜ ମାଟିର କଳାକୁ ପରିବେଷଣ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ବେଳେ ବଲାଙ୍ଗିର ସହରର ଇଚ୍ଛାପଡ଼ା ଠାରେ ଥିବା ସାଇ ସ୍ୱର୍ଣ୍ଣ କଳା ପରିଷଦର କଳାକାର ମାନେ କେରଳକୁ ଯାଇ ହଜାର ହଜାର ଦର୍ଶକମାନଙ୍କ ସମ୍ମୁଖରେ ଡାଲଖାଇ ନୃତ୍ୟ ପରିବେଷଣ କରି ବିମୋହିତ କରି ପକାଇଥିଲେ । ଏଥିପାଇଁ ସାରା ସାଇ ସ୍ୱର୍ଣ୍ଣ କଳା ପରିଷଦର ସମସ୍ତ କଳାକାରମାନଙ୍କୁ ପ୍ରଶଂସା କରାଯିବା ସହ ଶୁଭେଚ୍ଛା ଜଣାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.