csstore

ବ୍ଲକ ସ୍ତରୀୟ ଏକାଭିମୁଖୀ ଓ ବ୍ୟାଙ୍କ ସଂଯୋଗୀକରଣ କର୍ମଶାଳା

କଳାହାଣ୍ଡି : ମ.ରାମପୁରର ବ୍ଳକ ସଭାଗୃହରେ ବ୍ଲକର ସମସ୍ତ ଏମ୍.ବି.କେ, ସି.ଆର.ପି. ତଥା ଏନିମେଟର ମାନଙ୍କୁ ନେଇ ଏକ ବ୍ଳସ୍ତରୀୟ ଏକାଭିମୁଖତା ଓ ବ୍ୟାଙ୍କ ସଂଯୋଗୀକରଣ କର୍ମଶାଳା ଅନୁଷ୍ଠିତ ହୋଇଥୁଲା । ମହାଶକ୍ତି ଫାଉଣ୍ଡେସନ, ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ମିଶନ ଶକ୍ତି ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ମହାଶକ୍ତି ଫାଉଣ୍ଡେସନର ସମ୍ପାଦକ ଶ୍ରୀଯୁକ୍ତ ଯୋଗାନନ୍ଦ ବେହେରା ଅଧ୍ୟକ୍ଷତା କରିଥଲେ। ସୁ ରୁମାନା ଜାଫ୍ରୀ, ଗୋଷ୍ଠୀଉନ୍ନୟନ ଅଧୁକାରୀ ମ.ରାମପୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳାକୁ ଉଦଘାଟନ କରିଥିବା ବେଳେ ଦୀପ୍ତି କୁମାର ନାଏକ ବି.ପି.ଏମ., ସତ୍ୟନାରାୟଣ ମିଶ୍ର ଏଫ.ଆଇ.ସି, ଓଡ଼ିଶା ଜୀବିକା ମିଶନ, ଅଭିଜିତ ତ୍ରିପାଠୀ, ପ୍ରତିନିଧି ନାବାର୍ଡ, ଶ୍ରୀମତୀ କୁସୁମ ମଞ୍ଜରୀ ପ୍ରହରାଜ, ଶିଶୁ ବିକାଶ ପ୍ରକଳ୍ପାଧିକାରୀ, ପ୍ରକାଶ ଚନ୍ଦ୍ର ସାହୁ, କୋଷାଧକ୍ଷ ମହାଶକ୍ତି ଫାଉଣ୍ଡେସନ ପ୍ରମୁଖ ଅତିଥି ଭାବରେ ମଂଚାସୀନ ଥିଲେ । ଉପସ୍ଥିତ ଅତିଥିଗଣ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିବା ସହ ସୟଂ ସହାୟିକା ଦଳ ଗୁଡିକୁ ବହୁମାତ୍ରାରେ ବ୍ୟାଙ୍କ ସଂଯୋଗିକରଣ କରାଇବାକୁ ପରାମର୍ଶ ଦେଇଥିଲେ । ଦଳ ଗୁଡ଼ିକୁ ଆହୁରି ସଶକ୍ତ ତଥା ସ୍ୱାବଲମ୍ବୀ କରାଇବାକୁ ଏମ୍.ବି.କେ, ସି.ଆର.ପି. ତଥା ଏନିମେଟର ମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମହାଶକ୍ତି ଫାଉଣ୍ଡେସନର ପ୍ରକଳ୍ପ ପରିଚାଳକ ହୃଷିକେଶ ସାହୁ ଡିଜିଟାଲ ଆର୍ଥିକ ସାକ୍ଷରତା ତଥା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ଉପରେ ଆଲୋକପାତ କରିଥଲେ । ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜ୍ୟୋତିଷ ନାଏକ, ମମିତା ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.