ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଦିନ ଦିପହରେ ତାଲା ଭାଙ୍ଗି ଚେରି କରିବା ପରେ ଦାମୋଦରପୁର ଗ୍ରାମରେ ରହିଥିବା ବାବା ଆଖଣ୍ଡଳମଣି ଶୈବାପୀଠରୁ ସୋମବାର ବିଳମ୍ବିତ ରାତ୍ରରେ କିଏ ହୁଣ୍ଡି ଉଠାଇନେଇ ଯାଇଥିବା ଅଭିଯୋଗ ହୋଇଛି । ଯାହାକୁନେଇ ପବିତ୍ର କାର୍ତ୍ତିକ ମାସରେ ଶିବ ମନ୍ଦିରରୁ ଚେରି ହେବା ଘଟଣା ଭକ୍ତ ମାନଙ୍କ ମନରେ ଶକ୍ତ ଆଘାତ ଲାଗିଛି । ଖବର ନେବାରୁ ଜଣା ପଡିଛି ଯେ, ମଙ୍ଗଳବାର ମନ୍ଦିର ପରିଚାଳନା କମିଟି ଭୋର ସମୟରେ ମନ୍ଦିରରୁ ହୁଣ୍ଡି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଥାନା ପକ୍ଷରୁ ସେକେଣ୍ଡ ଅଫିସର କ୍ଷେତ୍ର ମୋହନ ସାହୁ ଡ୍ରଗ ସ୍କ୍ୱାର୍ଡକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି ।