ଜିଲ୍ଲାର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଶିବିର

  • ତା ୧୩.୧୧.୨୦୨୩ ରୁ ତା ୧୮.୧୧.୨୦୨୩ ମଧ୍ୟରେ ଅନୁଷ୍ଠିତ ହେବ ବ୍ଲକସ୍ତରୀୟ ପରାମର୍ଶ ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରସାଶନ ଓ ଦକ୍ଷତା ବିକାଶ ପ୍ରାଧିକରଣ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଯୁବକ ଓ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ଲକସ୍ତରୀୟ ପରାମର୍ଶ ଶିବିର ଜିଲ୍ଲାର ସମସ୍ତ ବ୍ଲକ ପରିସରରେ ତା ୧୩.୧୧.୨୦୨୩ରୁ ତା ୧୮.୧୧.୨୦୨୩ ମଧ୍ୟରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ବ୍ଲକ ପରିସର ଡୁଙ୍ଗୁରିପାଲିଠାରେ ୧୩.୧୧.୨୦୨୩, ତରଭା-୧୪.୧୧.୨୦୨୩, ବିନିକା-୧୫.୧୧.୨୦୨୩, ଉଲୁଣ୍ଡା-୧୬.୧୧.୨୦୨୩, ବିରମହାରାଜପୁର-୧୭.୧୧.୨୦୨୩ ଓ ସୋନପୁର-୧୮.୧୧.୨୦୨୩ ତାରିଖରେ ଅନୁଷ୍ଠିତ ହେବ । ଏହି ଶିବିରରେ ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ପରାମର୍ଶ ଦେବା ସହ ସ୍ଵଳ୍ପ କାଳୀନ ତାଲିମ ପ୍ରଦାନ ପରେ ଘରୋଇ ସଂସ୍ଥାମାନଙ୍କରେ ଚାକିରି ଦିଆଯିବ । ଏହା ସମ୍ପୂର୍ଣ୍ଣ ଆବାସିକ ଏବଂ ନିଶୁଳ୍କ ରହିଥିବା ବେଳେ ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଶିକ୍ଷା ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ ଏବଂ ତଦୁର୍ଧ୍ୱ ହୋଇଥିବା ସହ ବୟସ ୧୮-୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଜିଲ୍ଲାର ସମସ୍ତ ଯୋଗ୍ୟ ବେରୋଜଗାର ଯୁବକ ଯୁବତୀମାନେ ଏହାର ନିଶ୍ଚିତ ସୁଯୋଗ ନେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.