jayashree

କବିତା ପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୬ ସରକାରୀ ପ୍ରାଥମିକ ବିଦ୍ୟାଳୟ ‘କ’ ର ପ୍ରଧାନ ଶିକ୍ଷୟିତ୍ରୀ କବିତା ପତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେକ୍ଟର ୧୫ କମ୍ୟୁନିଟି ସେଣ୍ଟରଠାରେ ରାଉରକେଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ ବିଇଓ ବେଣୁଧର ସ୍ୱାଇଁ, କୁତ୍ରା ବିଇଓ ଶରତ କୁମାର ପତି, ଶିକ୍ଷକ ସଂଘର ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁଆର, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ପ୍ରାକ୍ତନ ବିଇଓ ପ୍ରଦୀପ ରଥ, ପ୍ରାକ୍ତନ ଏବିଇଓ ପ୍ରଶାନ୍ତ ବେହେରା, ସତ୍ୟଭାମା ବେହେରା, ପ୍ରଫୁଲ୍ଲ କୁମାର ଜେନା, ପ୍ରଧାନ ଶିକ୍ଷକ ରଶ୍ମିତ ସାହାଣୀ, ରମେଶ ଚନ୍ଦ୍ର ରାଉଳ, ସଚି ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ପତିଙ୍କ କର୍ମମୟ ଜୀବନ ଓ ଶିକ୍ଷକତା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ କଥା ନୁହେଁ କର୍ମ ସବୁବେଳେ ସମ୍ମାନ ଦେଇଥାଏ । ଏହା ସହ ସମାଜ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ଆତ୍ମ ସମୀକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଛାତ୍ରୀ ତେଜସ୍ୱନୀ ତ୍ରିପାଠୀ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ତରଫରୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀମତୀ ପତି କରୋନା କାଳରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା, ନିଜେ ପଢିଥିବା ଭଦ୍ରକ ସ୍କୁଲକୁ ୧ ଲକ୍ଷ ଓ ସେକ୍ଟର ୧୬ ଶିକ୍ଷାଦାନ କରୁଥିବା ବିଦ୍ୟାଳୟର ଡେସ୍କ ବେଞ୍ଚ ପାଇଁ ୪୦ ହଜାର ଟଙ୍କା ଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସେହିପରି ନିଜସ୍ଵ ବିଦ୍ୟାଳୟରେ ଏକ ନିରାଡ଼ମ୍ବର ଉତ୍ସବରେ ବିଶ୍ରା ଏବିଇଓ ସତ୍ୟଭାମା ବେହେରା, କୃପାସିନ୍ଧୁ ପତି, ଆରତୀ ପ୍ରଧାନ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସର୍ବଶ୍ରୀ ରଶ୍ମିତ ସାହାଣୀ, ରମେଶ ରାଉଳ, ସୁସ୍ମିତା ମହାପାତ୍ର, ତୃପ୍ତିମୟୀ ଦ୍ୱିବେଦୀ, ଭାସ୍କର ନନ୍ଦ, ସାରଥୀ ଜେନା, ରଞ୍ଜିତା ପାଣିଗ୍ରାହୀ, ସୁଷମା ଜେନା, ରଶ୍ମି ମହାପାତ୍ର, ପ୍ରିୟାଂଶୁ ମହାରଣା ପ୍ରମୁଖ ଉପସ୍ଥିତ ରହି ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ସିଆରସିସି ଦୀପକ କୁମାର ସାମଲ ମଞ୍ଚ ସଂଯୋଜନା ସହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରେଣୁବାଳା ରାଉତ, ପ୍ରମିଳା ପ୍ରଧାନ, କାବେରୀ ଭଞ୍ଜ, ଅମିତା କୁମାରୀ ସାହୁ, ନିବେଦିତା ମହାପାତ୍ର ଓ ପାଚିକା ଗଣ ସହାୟତା କରିଥିବା ବେଳେ ଅନ୍ୟ ବିଶିଷ୍ଟ ଶିକ୍ଷକ ମାନଙ୍କ ମଧ୍ୟରେ କୁଆଁରମୁଣ୍ଡା ଶିକ୍ଷକ ସଂଘରୁ ବିଭିଷଣ ତନ୍ତୀ, ଦିଲୀପ ପ୍ରଧାନ, ସୁରେନ୍ଦ୍ର ରାଉତ, ନୂଆଗାଁ ଶିକ୍ଷକ ସଂଘରୁ ବାଳକୃଷ୍ଣ ଲେଙ୍କା ଓ ନିରଞ୍ଜନ ନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ଜେନାଙ୍କ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ । ଶେଷରେ ଶ୍ରୀମତୀ ପତି ସମ୍ବର୍ଦ୍ଧନା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.