ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଟ୍ରେନିଂରେ ଥିବା ଡିପ୍ଲୋମା ଇଞ୍ଜିନିଅର ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । କାରଣ ଆସ୍ପଷ୍ଟ ଥିବା ବେଳେ ମୃତ ଇଞ୍ଜିନିଅର ମହିଳା ଦୁଇ ମାସ ତଳେ ଗ୍ରାସୀମ କମ୍ପାନୀରେ ଯୋଗ ଦେଇଥିଲେ । ମୃତକ ମହିଳା ହେଲେ ବନପ୍ରିୟା ସ୍ୱାଇଁ ଘର କେନ୍ଦ୍ରପଡା ଜିଲ୍ଲା ମାର୍ଶାଘାଇର ଘନଶ୍ୟାମପୁର । ଗ୍ରାସୀମ କମ୍ପାନୀ ସ୍ଥିତ ଷ୍ଟାଫ କ୍ଵାଟରରେ ମୃତ ମହିଳା ଇଞ୍ଜିନିଅର ରହୁଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ସେ କାରଖାନାରେ କାର୍ଯ୍ୟରତ ଥିଲେ । ପଡୋଶୀ ପରିବାର ଖବର ଦେବାପରେ ଘଟଣାଟି ଲୋକ ଲୋଚନାକୁ ଆସିଥିଲା । ଖବର ପାଇ ଗଞ୍ଜାମ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏସ୍ଆଇ କ୍ଷେତ୍ରମୋହନ ସାହୁଙ୍କ କହିବା ଅନୁଯାଇ ସେ ଗତ ଦୁଇ ମାସ ହେବ ଏହି କମ୍ପାନୀରେ ଡିପ୍ଲୋମା ଇଞ୍ଜିନିଅର ଭାବେ ଟ୍ରେନିଂରେ ଚାକିରି କରୁଥିଲେ । ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚିବା ପରେ ଶବ ବ୍ୟବଛେଦ ହେଲା ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି । ଖବର ନେବା ବେଳକୁ ମୃତକ ପରିବାର ଲେକେ କେହି ପହଁଛି ନଥିଲେ ।