ନୂଆଦିଲ୍ଲୀ : ଭାରତୀୟ ସେନାର ସୈନିକ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରର ଟାଇଗର ହିଲ୍ ଅଞ୍ଚଳରେ ନିଜର ଡ୍ୟୁଟି କରୁଥିଲେ । ହଠାତ୍ ତାଙ୍କ ଉପରେ ଏକ ଗଦା ବରଫ ପଡିବା ଫଳରେ ତୁଷାରପାତରେ ପୋତି ହୋଇ ଶହୀଦ ହୋଇ ଯାଇଥିଲେ । ଏହି ଯବାନ ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଶିଂଖଖେଡ଼୍ରାଜା ତହସିଲର ପ୍ଲସ୍କେଡ୍ ଚକ୍କା ଗାଁର ବାସିନ୍ଦା ପ୍ରଦୀପ ସାହେବ୍ରାଓ ମାନ୍ଦଲେ ବୋଲି ଜଣାପଡ଼ିଛି ।
୨୦୦୯ ମସିହାରେ ପ୍ରଦୀପ ମାନ୍ଦଲେ ୧୦ ମହାର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ । ପ୍ରଦୀପଙ୍କର ୨ ସାନ ଭାଇ ଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସେନାରେ ଏବଂ ଅନ୍ୟ ଭାଇ ଜଣେ କୃଷି ସହାୟକ । ସହିଦ ପ୍ରଦୀପ ମାନ୍ଦଲେଙ୍କର ପତ୍ନୀ ଏବଂ ୩ ପୁଅ ଅଛନ୍ତି । ତାଙ୍କ ଅନ୍ତିମ ସଂସ୍କାର ତାଙ୍କ ଗ୍ରାମରେ ୨୦ ଡିସେମ୍ବରରେ କରାଯିବ ବୋଲି ଜଣାଯାଇଛି ।