ବଲାଙ୍ଗିର, (କେପିଏନ୍ଏସ୍) : ଆଗଲପୁର ବ୍ଲକ କୁଟାସିଂହାରୁ ସାଲେଭଟା ୨୬ ନମ୍ବର ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ସ୍ଥାନେ ସ୍ଥାନେ ଗାତ ସୃଷ୍ଟି ହୋଇଥିବା ସାଙ୍ଗକୁ ବର୍ଷା ଦିନିଆ ଅନାବନା ଗଛଲତା ଉଠି ରାସ୍ତାକୁ ମାଡି ବସିଛି । ଠିକରେ ଆଗକୁ ରାସ୍ତା ଦେଖି ହେଉନାହିଁ । ଫଳରେ ଛୋଟ ଛୋଟ ଦୃଘଟଣାମାନ ଦୈନିକ ଘଟୁଥିବାର ଦୃଷ୍ଟି ଗୋଚର ହେଉଛି । କୁଟାସିଂହା ଅଞ୍ଚଳର ଶିକ୍ଷା, ସ୍ଵାସ୍ଥ୍ୟ, ସାପ୍ତାହିକ ବଜାର, ବ୍ୟାଙ୍କ, ବ୍ଲକ୍ ଓ ଜିଲ୍ଲାକୁ ଯିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଏହି ରାସ୍ତା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ଶୁଣିବାକୁ ମିଳୁଛି ଯେ, ରାସ୍ତା ସମ୍ପ୍ରସାରଣ ତଥା ଟୁ୍ୱେ ରାସ୍ତା ହେବ ଯାହାକି ଟେଣ୍ଡର ପ୍ରକ୍ରିୟା ସରିଛି ଓ ଗଛ କାଟିବାକୁ ମଧ୍ୟ ବିଭାଗ ତରଫରୁ ଚିହ୍ନଟ କରାସରିଛି ହେଲେ କେବେ ରାସ୍ତା କାମ ହେବ ତାହା ଜଣାପଡିନାହିଁ । ଜିଲ୍ଲା କାର୍ଯ୍ୟଳୟ, ବ୍ଲକ, ତହସିଲ, ଡାକ୍ତରଖାନା, ବ୍ୟାଙ୍କ ପ୍ରମୁଖ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମରେ ଅଞ୍ଚଳର ସମସ୍ତେ ଏହି ରାସ୍ତାରେ ଯିବା ଆସିବା କରୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଏହି ଦିଗରେ ଦଅଷ୍ଟି ଦେବାକୁ କୁତସିଂହାର ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।