csstore

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା କପଡା ବ୍ୟାଙ୍କ ପ୍ରତିଷ୍ଠା ଏବଂ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତୁ ଆମେ ସମସ୍ତେ ଆସନ୍ତା ପର୍ବ ପର୍ବାଣି ଏପରି ଭାବରେ ପାଳନ କରିବା ଯାହା ଅନ୍ୟମାନଙ୍କ ଜୀବନରେ ଉତ୍ସାହର ରଙ୍ଗ ପୂରଣ କରିପାରିବ । ଏହିପରି କିଛି କରିବା ପାଇଁ ସହଯୋଗ ଫାଉଣ୍ଡେସନ୍ ଦୀପାବଳି ଅବସରରେ ଅଭାବୀ ଏବଂ ଗରିବ ଲୋକମାନଙ୍କ ମଧ୍ୟରେ ପୋଷାକ ବଣ୍ଟନ କରି ଦୀପାବଳିକୁ ରଙ୍ଗୀନ କରିବା ପାଇଁ ଚେଷ୍ଟା କରିଥିଲା ।​ ସହଯୋଗ ଫାଉଣ୍ଡେସନର କର୍ମକର୍ତ୍ତାମାନେ କପଡା ବ୍ୟାଙ୍କ ଗଠନ କରି ପୋଷାକ ବଣ୍ଟନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମ ସଂଯୋଜକ ଗଜାନନ ଅଗ୍ରୱାଲ ଏବଂ ପ୍ରଭାତ ଶ୍ରୀବାସ୍ତବ କହିଛନ୍ତି ଯେ, ସମାଜର ଶେଷ ବ୍ୟକ୍ତି ସେବା ପାଇଁ ପ୍ରଥମ ଯୋଗ୍ୟ, ତାଙ୍କ ମୁହଁର ସୁଖ ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ୍, ଯାହା ଦ୍ୱାରା ହିଁ ସମାଜ ସମାନ ଭାବରେ ଅଗ୍ରଗତି କରିବାକୁ ସକ୍ଷମ ହେବ । ଏହି କପଡା ବ୍ୟାଙ୍କ ବିଷୟରେ ନିଜ ଅଞ୍ଚଳର ତଥା ଆଖପାଖର ଅଭାବୀ ଲୋକଙ୍କୁ ଜଣାଇବାକୁ ନିବେଦନ କରିଛନ୍ତି ଏବଂ ଏହି ଅଭିଯାନରେ ଆମ ସହିତ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଆଜିର ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଦ୍ୱାରା ୨୦୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସନ୍ତୋଷ ଲାଲ, ପୀୟୁଷ ଅଗ୍ରୱାଲ, ପରେଶ ଅଗ୍ରୱାଲ, ଡକ୍ଟର ପଞ୍ଚାନନ ପ୍ରଧାନ, ସୁଦୀପ୍ତ ତ୍ରିପାଠୀ, ତୋଫାନ ପାତ୍ର, ବାବୁଲା କେଡ଼ିଆ, ଅଚୁତ, ଶଙ୍କର, ଅତୁଳ ଅଗ୍ରୱାଲ, ନେହେରୁ ଅଗ୍ରୱାଲ ଏବଂ ରାଜେଶ ତ୍ରିପାଠୀ ସହଯୋଗ କରିଥିଲେ । ସହଯୋଗ ଫାଉଣ୍ଡେସନର ସମ୍ପାଦିକା ପିଙ୍କି ମୋଦୀ କହିଛନ୍ତି ଯେ, ଆଗାମୀ ଦିନରେ ଥଣ୍ଡାକୁ ଦୃଷ୍ଟିରେ ରଖି ଗରିବ ବସ୍ତିରେ କମ୍ବଳ, ଗରମ କପଡା ବଣ୍ଟନ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବା ବିଷୟରେ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.