୮୦ ଫୁଟ୍‌ ଉଚ୍ଚ ପାଣି ଟାଙ୍କି ଉପରକୁ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବଲାଙ୍ଗିର କଲେଜଛକରେ ଲୋକାରଣ୍ୟ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କଲେଜ ଛକରେ ରହିଥିବା ପିଏଚ୍‌ଡ଼ି ଜୁନିଅର୍‌ ଇଂଜିନିଅର୍‌ଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ୮୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ଉପରକୁ ଚଢ଼ି ଜଣେ ଯୁବକ ବିଭିନ୍ନ ପ୍ରକାର ନାରା ଦେଉଥିବା ବେଳେ ଏକ ବ୍ୟାନର୍‌ ଲଗାଇଥିବା ବି ଦେଖିବାକୁ ମିଳିଛି । ଯୁବକ ଜଣକ ଜଏ କୋଶଲ୍‌, କଟ୍‌କିଆ ତୁଇ କୋଶଲ୍‌ ଛାଡ଼୍‌- ନେଇଁ ହେଲେ ପଡ଼୍‌ବା ବେଟେନ୍‌ ମାଡ଼୍‌ ନାରା ଦେଉଥିବା ବେଳେ ବଲାଙ୍ଗିର କଲେଜ ଛକ ଏବେ ଦେଖଣାହାରୀଙ୍କ ଭିଡ଼ରେ ଲୋକାରଣ୍ୟ ପାଲଟିଛି । ଅନ୍ୟପକ୍ଷରେ ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ପୋଲିସ୍‌ ଟିମ୍‌ ସହ ଉପସ୍ଥିତ ରହି ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏବେ ବଲାଙ୍ଗିର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା ଜାରି ରଖିଥିବା ଜଣାପଡ଼ିଛି । ତେବେ ଏହି ଯୁବକ ଜଣକ କିଏ, କେଉଁ ଉଦ୍ଦେଶ୍ୟରେ ଉପରକୁ ଚଢ଼ିଛି, ସେ ସଂପର୍କରେ ବିଶେଷ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.