ଗଞ୍ଜାମ ବ୍ଲକରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପକ୍ଷରୁ ଗଞ୍ଜାମ ସହର ସ୍ଥିତି ଗାଣିତି ପଡିଆଠାରେ ଆମ ଓଡିଶା ନବୀନ ଓଡିଶାର ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ । ଏହି ଅବସରରେ ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ସଭାର ଆୟୋଜନ ହୋଇଥିଲା । ଗଞ୍ଜାମ ବ୍ଲକର ପ୍ରକଳ୍ପ ମାନଙ୍କ ପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ଘୋଷଣା ପରେ ଜୟ ଜଗନ୍ନାଥ ଏବଂ ଆମ ଓଡିଶା ନବୀନ ଓଡିଶା ହୁଳହୁଳି କରତାଳିରେ କମ୍ପି ଉଠିଥିଲା ସଭା ସ୍ଥଳ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ୫-ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଥିଲେ ସ୍ୱଂୟସହାୟିକା ମହିଳା ଗୋଷ୍ଠୀ ଓ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଭିଭାଷଣରେ ଗଞ୍ଜାମ ବ୍ଲକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ଧନ୍ୟବାଦ ଦେଇଥିଲେ । ୧୫ ଓ ୧୪ଜୋନ ଜିଲ୍ଲାପରିଷଦ ସନାତନ ବେହେରା ଓ ସସ୍ମିତା ବେହେରା ବିଡ଼ିଓ ବସନ୍ତ କୁମାର ମଲିକ, ସହକାରୀ ଯନ୍ତ୍ରୀ ଇ. ଋ. ସୁଶୀଲ କୁମାର ପଣ୍ଡା, ଇ. ଋ ଦିଗାମ୍ବର ନାୟକ, ବିପିଏମ ଜଳନ୍ଧର ମହାରଣା, ଜିଲ୍ଲା ଛାତ୍ର ଉପସଭାପତି ଲିଙ୍ଗରାଜ ମହାପାତ୍ର ଅନ୍ୟାନ୍ୟ ଜନପ୍ରତିନିଧି ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ । ରାମଚଣ୍ଡୀ ମନ୍ଦିର ପାଇଁ ୨କୋଟି ୫୦ ଲକ୍ଷ୍ୟ ଖଣ୍ଡଦେଉଳୀ ସହିଦ୍‌ ଭଗତ ସିଂ କଲେଜ ଓ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଉର୍ନ୍ନତି କରଣ ଲାଗି ଦେଢ଼ କୋଟି ଲେଖାଏଁ ମଞ୍ଜୁର ଘୋଷଣା ପରେ କରତାଳିରେ ଫାଟି ପଡିଥିଲା ସଭାସ୍ଥଳ ।

Leave A Reply

Your email address will not be published.