oom

ପୁଇଁତୋଳା ଗ୍ରାମରୁ ଘର ତାଲା ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୁଟ୍‌ ଅଭିଯୋଗ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତୋଳା ଗ୍ରାମର କୃଷ୍ଣଚନ୍ଦ୍ର ପଲାଇଙ୍କ ଘରୁ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଗଡ଼୍‌ରେଜ୍‌ରୁ ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଜଣା ପଡିଛି । ଘର ମାଲିକ କହିବା ଅନୁଯାଇ ଦୁର୍ବୃତ୍ତ ମାନେ ଏକ ସ୍କର୍ପିଓ ଗାଡ଼ିରେ ଆସି ତାଲା ବନ୍ଦଥିବା ମୋ ଘରୁ ପ୍ରଥମେ ଗ୍ରିଲ୍‌ ତାଲାକୁ ଭାଙ୍ଗି ଘରେ ପଶି ଗଡ଼୍‌ରେଜ୍‌ ତାଲାକୁ ତାଡି ଦୁଇ ଭରି ଓଜନର ସୁନା ମଙ୍ଗଳସୂତ୍ର ନେଇ ଯାଇଛନ୍ତି । ଘର ମାଲିକ କୃଷ୍ଣ ହଟାତ୍‌ ଘରକୁ ଆସିଯିବାରୁ ଏକ ବଡ଼ ଧରଣର ଲୁଟ୍‌ର ଶିକାରରୁ ବଞ୍ଚି ଯାଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । କୃଷ୍ଣଙ୍କ କହିବା ଅନୁସାରେ ଗାଁ ଭିତରେ ଶଶୁର ଘରକୁ ତାଙ୍କ ସ୍ତ୍ରୀ ଯାଇଥିବା ବେଳେ ସେ ଗାଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ସେଠାରେ ଥିଲେ । ଶ୍ମଶାନକୁ ଯିବା ପାଇଁ ଡ୍ରେସ୍‌ ବଦଳାଇବାକୁ ଘରକୁ ଗଲା ବେଳେ ଦେଖିଲେ ଘର ଖୋଲା ଅଛି ଆଉ ଜଣେ ଲୋକ ହାତରେ ଛୋଟ ଶାବଳ ଧରି ଘରୁ ପଦାକୁ ଆସୁଛି ଦେଖି କୃଷ୍ଣ ତାଙ୍କୁ କିଏ ତୁମେ ପଚାରିବାରୁ ଦୁର୍ବୃତ୍ତ ଜଣକ ଘର ମାଲିକ ତାଙ୍କୁ ପଠାଇଥିବା କହି ତାଙ୍କୁ ଧକ୍କା ମାରି ସ୍କର୍ପିଓ ଗାଡ଼ିରେ ବସି ଚମ୍ପଟ ମାରିଥିଲେ । ଘରକୁ ଯାଇ ଦେଖିଲା ବେଳକୁ ଆଲମାରୀ ଭାଙ୍ଗି ବିଭିନ୍ନ ସାମଗ୍ରୀ ଫୋପଡ଼ା ଫୋପାଡ଼ି ସୁନା ମଙ୍ଗଳସୂତ୍ର ନେଇ ଯାଇଥିବା ଜାଣିବାକୁ ପାଇଲେ । ଖବର ପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର୍‌ କ୍ଷେତ୍ରମୋହନ ସାହୁ ଏବଂ ରାଓ ପୋଲିସ ଘଟଣା ସ୍ଥଳକୁ ଆସି ଛାନଭିନ ଆରମ୍ଭ କରିଛନ୍ତି । ଅନ୍ୟପଟେ ସ୍କର୍ପିଓଟି ଗାଁ ଭିତର ଦେଇ ଯାଇଥିବା ହେତୁ ସିସିଟିଭି ଯାଞ୍ଚ କରିବା ସହ ଖୋଜା ଖୋଜି ଆରମ୍ଭ କରିଛି ଗଞ୍ଜାମ ପୋଲିସ ।

jittmm
Leave A Reply

Your email address will not be published.