oom

ଗାଁ ଲୋକଙ୍କ ଦ୍ୱାରା ବନ୍ଧକରେ ପୋଲିସ ବାବୁ

jsmm

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଗାଁ ଲୋକଙ୍କ ଦ୍ୱାରା ବନ୍ଧକରେ ପୋଲିସ ବାବୁ । ଏଭଳି ଏକ ଚକିତ କରିଦେବା ଭଳି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ରୋତ୍‌ ଗାଁରେ ତଦନ୍ତ ପାଇଁ ଆଗଲପୁର ଥାନାର ଆଇଆଇସି ଏବଂ ଏଏସ୍‌ଆଇ ପହଞ୍ଚିଥିବା ବେଳେ ସେମାନଙ୍କୁ ବନ୍ଧକରେ ରଖିଛନ୍ତି ଗ୍ରାମବାସୀ । ଗ୍ରାମବାସୀମାନେ ଦାବୀ କରିଛନ୍ତି ଯେ, ଏସ୍‌ପି ନ ଆସିବା ଯାଏଁ ବନ୍ଧକ ପୋଲିସ ବାବୁଙ୍କୁ ଛଡ଼ାଯିବ ନାହିଁ । ସୂଚନାଯୋଗ୍ୟ ଯେ, ରୋତ୍‌ ଗାଁର ଜଗନ୍ନାଥ ମନ୍ଦିର ପାଖରେ ପିଏମ୍‌ଜିଏସ୍‌ୱାଇ କାମ ଚାଲିଥିବା ବେଳେ କଂକ୍ରିଟ କାମ ଉଚ୍ଚ ହୋଇଯିବାରୁ ଆଖପାଖରେ ଥିବା ଘରକୁ ପାଣି ପସିବା ସମ୍ଭାବନାକୁ ନେଇ ଗାଁ ଲୋକେ କାମକୁ ବିରୋଧ କରିବା ପରେ କାମ ବନ୍ଦ ହୋଇଥିଲା । ମନୁପାଲିର ଲଳିତ ସାହୁ ମୁଖ୍ୟ ଠିକାଦାରଙ୍କଠାରୁ ଏହି କାମକୁ ନେଇ ସଂପାଦନା କରୁଥିବା ବେଳେ ଗାଁର ପୂର୍ବତନ ସରପଞ୍ଚ ସଚିକାନ୍ତ ପଟେଲ ଏହି କାମକୁ ହାତକୁ ନେଇ ଗତକାଲି କାମ ଆରମ୍ଭ କରିଥିଲେ । ତେବେ ପୂର୍ବଭଳି ଗ୍ରାମବାସୀ କାମକୁ ବିରୋଧ କରିବା ପରେ ଉତ୍ତେଜନା ଦେଖାଦେବା ସହ ଗଣ୍ଡଗୋଳ ପରିସ୍ଥିତି ଉପୁଜି ଥିଲା । ଗ୍ରାମବାସୀ ଆଗଲପୁର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଆଜି ସନ୍ଧ୍ୟାରେ ଆଗଲପୁର ପୋଲିସ ଗାଁକୁ ପହଞ୍ଚିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଓ ପୋଲିସ ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଗ୍ରାମବାସୀ ତଦନ୍ତରେ ଆସିଥିବା ପୋଲିସ ଅଧିକାରୀଙ୍କୁ ବନ୍ଧକ ରଖିଥିବା ଜଣାପଡିଛି । ଏସ୍‌ପି ନ ଆସିବା ଯାଏଁ ବନ୍ଧକ ପୋଲିସ ବାବୁଙ୍କୁ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.