ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଆମ୍ବଗାନ ନିକଟସ୍ଥ ଇସ୍ପାତ ମାର୍କେଟଠାରେ ଚା’ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଅଂଶ ଗ୍ରହଣ କରିଥିଲେ । ସେ ପ୍ରତି ଦୋକାନକୁ ଯାଇ ଦୋକାନୀଙ୍କୁ ଓ କିଣିବା ପାଇଁ ଆସିଥିବା ଜନତାଙ୍କୁ ଭେଟିଥିଲେ । ଚା’ ପେ ଚର୍ଚ୍ଚାରେ ଇସ୍ପାତ ମାର୍କେଟ କମିଟିର କାର୍ଯ୍ୟକର୍ତ୍ତା ଓ ମାର୍କେଟକୁ ଆସୁଥିବା ଜନ ସାଧାରଣ ଉପସ୍ଥିତ ରହି ବିଭିନ୍ନ ଆଞ୍ଚଳିକ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ସାମଲ ସେମାନଙ୍କ ସମସ୍ୟା ଧ୍ୟାନର ସହିତ ଶୁଣିବା ସହିତ ଏହାର ପ୍ରତିକାର ଉପରେ ନିଜର ମତ ରଖିଥିଲେ । ସେ ଜନତାଙ୍କୁ ମୋଦି ସରକାରଙ୍କର ବିଭିନ୍ନ ଜନ ହିତକର ଯୋଜନା ଉପରେ ଜନତାଙ୍କୁ ବୁଝାଇ ଥିଲେ ଓ ଦେଶକୁ ସମୃଦ୍ଧି ଓ ଶକ୍ତି ଶାଳୀ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ବିଜେପି ସରକାର ଦେଶ ଓ ରାଜ୍ୟ ପାଇଁ ଅତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଆଗାମୀ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଜନତାଙ୍କ ଉନ୍ନତି ପାଇଁ ବହୁ ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରାଙ୍କ ସହିତ ବହୁ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।