ବ୍ଲକ ଛକରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଛକଠାରେ ଗତ ୫ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବରଗଡ କୀର୍ତ୍ତନ ଧାରା କାର୍ଯ୍ୟକ୍ରମରେ ଲୋକଙ୍କ ମନ ମୋହିତ ହୋଇଥିଲା । ଉକ୍ତ ପୂଜାରେ ପଣ୍ଡିତ କିରଣ ମିଶ୍ର, ସୁରେନ୍ଦ୍ର ମିଶ୍ର, ମାନସ ମିଶ୍ର ଓ ନବଘନ ଷଡ଼ଙ୍ଗୀ ପୂଜା ଦାୟିତ୍ୱ ତୁଳାଇଥିଲେ । ଏଥିରେ ପୂଜା ପାଇଁ କର୍ତ୍ତା ଭାବେ ତପନ ଦାସଙ୍କ ଧର୍ମପତ୍ନୀ ଜୋତ୍ସ୍ନାମୟୀ ତ୍ରିପାଠୀ ଓ ପ୍ରହରୀ ପାଇଁ ରାଜକିଶୋର ସାହୁଙ୍କ ଧର୍ମପତ୍ନୀ ସଂଗୀତା ସାହୁ ପୂଜା ଦାୟିତ୍ୱ ତୁଲାଇଥିଲେ । ଏହି ଗଜଲକ୍ଷ୍ମୀ ପୂଜା ଦ୍ୱାରା ୧୬ ପ୍ରହରୀ ନାମଯଜ୍ଞ ସାଙ୍ଗକୁ କୀର୍ତ୍ତନ ଧାରା ବେଶ ଆକର୍ଷଣୀୟ ଓ ଉଚ୍ଚକୋଟୀର ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ପରମେଶ୍ୱର କର୍ମୀ, ସମ୍ପାଦକ ମନୋଜ କର୍ମୀ, ଉପସଭାପତି ଅବନୀ ସାହୁ, ସହ-ସମ୍ପାଦକ ସରୋଜ କର୍ମୀ ଓ କୋଷାଧ୍ୟକ୍ଷ ପ୍ରଦୀପ ଡାଙ୍ଗଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.