csstore

ବଲାଙ୍ଗିର ଦିନ୍ ବଡ ଧୁମ୍‌ଧାମ୍‌ରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିନ । ଆଉ ଏହି ବଲାଙ୍ଗିର ଦିନକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି ସମସ୍ତ ବଲାଙ୍ଗିରବାସୀ । କୋଶଳ କଳା ମଣ୍ଡଳଠାରେ ସମସ୍ତ ବଲାଙ୍ଗିରବାସୀ ଦଳ ମତ ନିର୍ବିଶେଷରେ ଏକ ହୋଇ ନିଜ ମାଟି ସହ ଜଡ଼ିତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ କରୁଛନ୍ତି । ଏହି ବଲାଙ୍ଗିର ଦିନ୍‌ ପାଳନ ଅବସରରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ, ତୁଷୁରା ଏନ୍‌ଏସି ଆଧ୍ୟକ୍ଷ ଅଜୟ ଜୟସ୍ଵାଲ୍, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଅନ୍ୟପଟେ ବଲାଙ୍ଗିର ମାଟିର କଳାକାରମାନେ କୋଶଳ କଳା ମଣ୍ଡଳ ଯୋଗଦାନ କରି ନିଜ ମାଟିର ମହାନ କଳା ସଂସ୍କୃତି ଉପରେ ନିଜର କଳା ପ୍ରଦର୍ଶନ କରିଥିଲେ ।

jayashree
Leave A Reply

Your email address will not be published.