ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ଦୁଇଜଣ ଚାଷୀ ଶସ୍ୟକ୍ଷେତ୍ରକୁ ବୋର ଚଲାଇବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିବା ଜଣା ପଡିଛି । ସେମାନେ ହେଲେ ଲକ୍ଷ୍ମୀ ଚରଣ ବିଶ୍ୱାଳ( ୭୦) ଓ ରାକେଶ ଚନ୍ଦ୍ର ସାହୁ( ୪୫) । ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ଧ୍ୟା ୬ଟା ସମୟରେ ଦୁହେଁ ଶସ୍ୟକ୍ଷେତ୍ର ନିକଟରେ ରହିଥିବା ବୋର ନିକଟକୁ ଯାଇ ପାଣି ମଡାଇଥିଲେ । ହେଲେ ବିଦ୍ୟୁତ ତାରରେ ଲାଗି ଗୁରୁତର ଆହାତ ହୋଇପଡ଼ିଥିଲେ । ଗ୍ରାମବାସୀଙ୍କ ସହାୟତାରେ ଦୁହିଁଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ହେଲେ ଦୁହିଁଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନନ୍ତରିତ କରାଯାଇଥିଲା । ଉକ୍ତ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
Prev Post
Next Post