ପାଇକମାଲ ବ୍ଲକର ନୂତନ ବିଡିଓଙ୍କୁ କଳାକାରଙ୍କ ତରଫରୁ ସ୍ଵାଗତ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ବଦଳି ହେବା ପରେ ନୂତନ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ କଳାକାର ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ନେତୃତ୍ୱରେ ସମ୍ୱର୍ଦ୍ଧିତ କରିଥିଲେ । ବ୍ଲକ କଳା ସଂସ୍କୃତି ସଂଘର ସମ୍ପାଦିକା ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭବାନୀ ପଟେଲ, ବ୍ଲକ କଳାକାର ମହାସଂଘ ସଭାପତି ପ୍ରେମ ସାଗର ଫୌଜଦାର, ନାଟ୍ୟ କଳାକାର ତଥା ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର ଓ ଲୁକୁ ବାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.