jsm

ପାଇକମାଲରେ “ମୋ ମାଟି, ମୋ ଦେଶ” ସ୍ୱାଧୀନତା ସଂଗ୍ରାମୀ ପୀଠରୁ ମାଟି ସଂଗ୍ରହ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଠାରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ” ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପୀଠ ଓ ଘରୁ ଘରୁ ମାଟି ସଂଗ୍ରହ ଅଭିଯାନ କରାଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତା ବଜାଗଜା ସହ ପାଇକମାଲ ନଗର ପରିକ୍ରମା କରିବା ସହ ଘରୁ ଘରୁ ମାଟି ସଂଗ୍ରହ କରିଥିଲେ । ସର୍ବ ପ୍ରଥମେ ପାଇକମାଲ ଗାଁର ଗୌନ୍ତିଆ ଘରୁ ମାଟି ସଂଗ୍ରହ ହେବାପରେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଇଥିଲା । ନଗର ପରିକ୍ରମା ସମୟରେ ଘର ଘରୁ ମହିଲା ମାନେ ମାଟି ଆଣି ମାଟି ସଂଗ୍ରହ କରାଯାଉଥିବା କଳସରେ ଦେଉଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ୱର୍ଗତା ପାର୍ବତୀ ଗିରିଙ୍କ କସ୍ତୁରବା ଗାନ୍ଧୀ ମାତୃନିକେତନ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଅଲେଖ ପାତ୍ରଙ୍କ ନିର୍ସଗ ନିବାସ, ନୃସିଂହନାଥ ମନ୍ଦିରରେ ସ୍ଥାପିତ ଗାନ୍ଧୀସ୍ମୃତି ପୀଠ ଓ ନୃସିଂହନାଥ ମନ୍ଦିରରୁ ମାଟି ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଇକମାଲ ମଣ୍ତଳ ସଭାପତି କୈଳାଶ ଦିଶୀ, ସାସଂଦ ପ୍ରତିନିଧି ବଳରାମ ସାହୁ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଜିଲ୍ଲା ଉପସଭାପତି ସରୋଜ ସାମଲ, ସୁଶାନ୍ତ ନାଗ, ରାଜ ମହମ୍ମଦ, ସୁକଦେବ ପ୍ରଧାନ, ସତ୍ୟ ନାରାୟଣ ବେହେରା, ବୋଡାସମ୍ବର ଜମିଦାର ତଥା ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

yuvodaya
Leave A Reply

Your email address will not be published.