୧୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିଲା ମହିଳାଙ୍କ ମୃତଦେହ

ବେଲପଡା, (ଅଶୋକ କୁମାର ବାଗ) : ୧୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିରହିଲା ମହିଳାଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମାଲିମୁଣ୍ଡା ଗ୍ରାମରେ । ସୂଚନା ଅନୁସାରେ କିଛି ବର୍ଷ ଆଗରୁ ଗାଁର ବିଭିଷଣ ବାଗ ଏବଂ ସ୍ତ୍ରୀ ଶଙ୍ଖ ବାଗଙ୍କ ଝିଅ ପ୍ରେମବିବାହ କରିଥିଲେ ବୋଲି ସମାଜରୁ ବାସନ୍ଦ ହୋଇଥିଲେ । ତେବେ ଗତକାଲି ଶଙ୍ଖଙ୍କ ମୃତ୍ୟୁ ହୋଇଥିବା ବେଳେ ସମାଜର ନା’ କିଏ ଦେଖିବାକୁ ଆସିଥିଲେ ନା’ କିଏ ଛୁଇଁଥିଲେ । ଦୀର୍ଘ ୧୫ ଘଣ୍ଟାରୁ ଅଧିକ ସମୟ ଧରି ଶବପଡି ରହିଥିଲା । ଏନେଇ ଖବରପାଇ ବେଲପଡା କୋଶଳ ସେନା ଓ ସ୍ୱେଚ୍ଛାସେବୀ ସଂଗଠନ ଶବ ସତ୍କାର କରିଥିବା ଜଣାପଡିଛି ।

Leave A Reply

Your email address will not be published.