csstore

ମାଣ୍ଡୋସିଲ ଗ୍ରାମ୍ୟ କମିଟି କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାବା ବିଶାଶହେ‌ କୁଲତା ସମାଜ ମାଣ୍ଡୋସିଲ ଗ୍ରାମ୍ୟ କମିଟି ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ଶ୍ରୀ ରଣେଶ୍ଵର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଅନୁଷ୍ଠିତ ସଭାରେ ପାଇକମାଲ କେନ୍ଦ୍ର କୁଲତା ସମାଜ ସଭାପତି ନିତ୍ୟାନନ୍ଦ ପଧାନ ମୁଖ୍ୟ ଅତିଥି, ଉପସଭାପତି ଧନୀରାମ ଭୋଇ, ମାଣ୍ଡୋସିଲ ସରପଞ୍ଚ ଓମ୍‌ପ୍ରକାଶ‌‌ ନାୟକ, ବନବସ ସାହୁ, ଜଗଦୀଶ ନାୟକ, ହେମନ୍ତ ପ୍ରଧାନ, ମନୋଜ ବାରିକ, ପ୍ରମୋଦ ଭୋଇ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ପୀତବାସ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବନବାସ ସାହୁ ସଭା ପରିଚାଳନା କରିଥିଲେ । କୁଲତା ସମାଜ ଏକତା ସୂତ୍ରରେ ବାନ୍ଧି ହୋଇ ଅପସଂସ୍କୃତିକୁ ପ୍ରତ୍ୟାଖ୍ୟାନ କରି ଶିକ୍ଷା, ସଂସ୍କୃତି, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସମାଜକୁ ଆଗେଇ ନେବା ସହ ଆବାହମାନ କାଳରୁ ରହିଆସିଥିବା କୁଲତା ସମାଜର ଶ୍ରେଷ୍ଠତ୍ଵକୁ ବଜାୟ ରଖିବାକୁ ଅତିଥି ଓ ବକ୍ତାମାନେ ଉଦ୍‌ବୋଧନ ଦେଇଥିଲେ । ଏହି ଉତ୍ସବରେ ମାଣ୍ଡୋସିଲ ଓ ଧାରୋଲ ଗ୍ରାମର କୁଲତା ସମାଜର ପ୍ରତ୍ୟେକ ପରିବାରର ଆବାଳବୃଦ୍ଧବନିତା ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.