ଗିରଫ୍‌ ହେଲେ ଅଭିନେତା ସଲମାନ୍‌ ଅନସାରୀ

ମୁମ୍ବାଇ : ଟିଭି ସିରିଏଲରେ କାମ କରି ସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି । ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ସଲମାନ ‘ଛତ୍ରପତି ରାଜା ଶିବାଜୀ’, ‘ସାବଧାନ ଇଣ୍ଡିଆ’ ପରି ଧାରାବାହିକରେ କାମ କରି ସାରିଛନ୍ତି । ସେ ୨ଟି ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୂଚନାନୁଯାୟୀ, ସଲମାନ୍‌ ମୁମ୍ବାଇରୁ ବିମାନ ଯୋଗେ ଉତ୍ତର ଭାରତର ବିଭିନ୍‌ନ୍ନ ସହରକୁ ଯାଉଥିଲେ । ସେଠାରେ ନକଲି ପୋଲିସ ବେଶରେ ଲୋକଙ୍କୁ ଠକୁଥିଲେ ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.