ବିଶିଷ୍ଟ ଗାଳ୍ପିକା ଡ଼. ହିରଣ୍ମୟୀ ମିଶ୍ରଙ୍କୁ ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆସନ୍ତା ୧୩ତାରିଖ ଶୁକ୍ରବାର ସନ୍ଧ୍ୟାରେ ପି.ପି. ଏକାଡେମୀ ସଭାଗୃହରେ “କଥାକାର ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର ସମାରୋହ ଓ ସ୍ମାରକୀ ବକ୍ତୃତା” ଅନୁଷ୍ଠିତ ହେବ । ଏଥିରେ ଅତିଥି ବକ୍ତା ଭାବରେ ବିଶ୍ଵଭାରତୀ, ଶାନ୍ତିନିକେତନର ଅବସରପ୍ରାପ୍ତ ପ୍ରଫେସର ଡ଼. କଇଳାଶ ପଟ୍ଟନାୟକ “ଅତିକଳ୍ପନାର ଗଳ୍ପ” ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିବେ। ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକା ଡ଼. ହିରଣ୍ମୟୀ ମିଶ୍ରଙ୍କୁ ରାଜ୍ୟ ସ୍ତରୀୟ “ମନୋଜ କୁମାର ପଣ୍ଡା ସର୍ଜନ ପୁରସ୍କାର – ୨୦୨୩” ଅର୍ପଣ କରାଯିବ। ଡ଼. ମିଶ୍ରଙ୍କର ଏଯାଏଁ ପ୍ରକାଶିତ ଦଶଟି ଗଳ୍ପ ସଂକଳନ ଓ ତିନିଟି ଉପନ୍ୟାସ ବିପୁଳ ପାଠକୀୟ ଆଦୃତି ଲାଭ କରିଛି। ସମସାମୟିକ ଓଡ଼ିଆ ଗଳ୍ପ ଜଗତରେ ଏକ ଶାଣିତ ଓ ବହୁପ୍ରସ୍ଥୀ ସ୍ଵର ଭାବରେ ତାଙ୍କର ସ୍ଥାନ ସ୍ଵତନ୍ତ୍ର । ତାଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ସହିତ ଦଶହଜାର ଟଙ୍କା ଦିଆଯିବ । ଏହି ସମାରୋହରେ ‘ରଚନା’ ଦ୍ବାରା ସଦ୍ୟ ପ୍ରକାଶିତ କବି ଅଞ୍ଜଳି ପଟ୍ଟନାୟକଙ୍କ “ସରାଗାତର ସୁରଗୀତି” କବିତା ସଙ୍କଳନ ମଧ୍ୟ ଉନ୍ମୋଚନ ହେବ ।

Leave A Reply

Your email address will not be published.