କଂଟାବାଂଜି, (କେପିଏନ୍ଏସ୍) : ଭାଇ ସାଙ୍ଗରେ ମନ୍ଦିର ଯିବା ବେଳେ ବାଇକ୍ରୁ ଖସିପଡ଼ି ଜଣେ ମହିଳା ଗୁରୁତର ହୋଇ କଂଟାବାଂଜି ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁରେକେଲା ଥାନା ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ଗାଁର ସୁମତି ଧରୁଆ(୪୦) ଆଜି ସକାଳୁ ମହୁଲବାହାଲିକୁ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ଝର୍ନି ଗାଁର ଏକ ହମ୍ସ୍ ପାଖରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ବାଇକ୍ରୁ ଖସି ପଡ଼ିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ କଂଟାବାଂଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।