oom

ପୁଇଁନ୍ତଲା ବ୍ଲକ କଂଗ୍ରେସର ଜନସମ୍ପର୍କ ଯାତ୍ରା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଦେଶ କଂଗ୍ରେସ କମିଟିଙ୍କ ଆହ୍ୱାନରେ ପୁଇଁନ୍ତଲା ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ପୁଇଁନ୍ତଲା ଗ୍ରାମରେ “ଘରେ ଘରେ କଂଗ୍ରେସ ଘରେ ଘରେ ହାତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡିର ମିଛ ପ୍ରତିଶୃତି ଏବଂ କଂଗ୍ରେସ ଅମଳର ସୁଶାସନକୁ ନେଇ ପ୍ରଚାରପତ୍ର ବଣ୍ଟନ କାର୍ଯ୍ୟକ୍ରମରେ କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ ଘରକୁ ଘର ଯାଇ ପ୍ରଚାର ପତ୍ର ବଣ୍ଟନ କରାଯାଇଛି । ପରେ ଦଳିତ ବସ୍ତିରେ ଥିବା ମଣ୍ଡପ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା ଅନୁସୂଚିତ ଜାତି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଜିଲ୍ଲା କଂଗ୍ରେସ ପ୍ରବକ୍ତା ଅଜୟ ବାଲି ପ୍ରମୁଖ କେନ୍ଦ୍ର ଓ ରାଜ୍ୟର ଜନମାରଣ ନୀତି ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥ, ଛାତ୍ର ନେତା ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ପ୍ୟାରିଲାଲ ନାଗ, ଯୁବ ନେତା ସମୀର କୁମ୍ଭାର, ଜୟନାରାୟଣ ବହିଦାର, ଶୁଭ୍ରାଂଶୁ ପଣ୍ଡା, ଲଳିତ ପଟେଲ, ଟଙ୍କଧର ଗଡତ୍ୟା, ବିଭୁତି ସୁନା, ରାଜାରାମ ନାଗ, ଦିପା ମୁଗ୍ରୀ, ସଞ୍ଜଳି ନନ୍ଦ, ସସ୍ମିତା ତାଣ୍ଡି, ରୀତା କନ୍ଧେର, କଳ୍ପନା ମୁଗ୍ରୀ, ମୁନି ଛତ୍ରିଆ, ବିରୋଧ ତାଣ୍ଡି, ସବିତା ମୁଗ୍ରୀ, ଶ୍ୟାମ ସୁନ୍ଦର ସାଏ, କିରଣ ସେଠ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଶିଷ୍ଟ ଦଳିତ ନେତା ସତ୍ୟାନନ୍ଦ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.