jayashree

ଘଡେକେ ଘାଟ୍‌ ଗୁନ୍ଦାଲ୍‌ ହେଇଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେପି ଭିତ୍‌ରେ ଏତେ ଇସ୍‌ରୋ ବିସ୍‌ରୋ ଅଛେ ବଲି କିଏ ଜାନିଥିଲା । ଘଡେ଼କେ ଘାଟ୍‌ ଗୁନ୍ଦାଲ୍‌ ହେଇଗଲା । ମଝା ଖୁଲି ଫୁଲ୍‌ମାଲ୍‌ ଦେବାର୍‌ଟା କେ ନେଇକରି ବଲାଙ୍ଗିର ବିଜେପି.ର ଦୁଇ ଗୋଷ୍ଠୀ ଭିତ୍‌ରେ ଯେନ୍‌ ପର୍‌କାରର୍‌ ଘିଚାଟନା, ମାଡ଼୍‌ ମର୍‌ଦନ୍‌ ହେଲା, ସେଟା ଦେଖିକରି ବଲାଙ୍ଗିରବାସୀ କାବା ହେଇଗଲେ । ରାଜ୍ୟ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ ଆର୍‌ ସାଂସଦ ସଂଗୀତା ଦେବୀଙ୍କର ସାମ୍‌ନା ଥି ବଲାଙ୍ଗିର ବିଜେପି.ର ଭିତ୍‌ରେ ରହିଥିବାର ବିଶୃଙ୍ଖଳା ମେଲାଢ଼ିଲା ଖୁଲମ୍‌ ଖୁଲା ଉଖ୍‌ଲା ହେଇଗଲା । ବଲାଙ୍ଗିର ସହରର୍‌ ଆର୍‌ଟିଓ ଛକ୍‌ ରଣକ୍ଷେତ୍ର ପାଲ୍‌ଟିଗଲା । ଗୁର୍‌ଦୁ ଦିନୁ ଗଦା ହେଇଥିବାର୍‌ ଅସନ୍ତୋଷ ଆଏଜ୍‌ ଫୁଟି କରି ବାହାର୍‌ଲା ବଲି ଲୋକ୍‌ ଆଲୋଚନା କରୁଛନ୍‌ । ଫେର୍‌ ସବୁଠାନୁ ବଡ଼୍‌ କଥା ହେଲା ଏଡେ଼ ବଡ଼ ଗୁଟେ ଘଟ୍‌ନା କେ ଆଘୋନୁ କିହେ ଠଅଁକେଇ ନେଇଁ ପାର୍‌ବାର୍‌ଟା । ସେନେ ଫେର୍‌ ଘୋଟ୍‌ଘୁମର୍‌ ଧୁର୍‌କୁଟ୍‌ ମାଡ଼୍‌ ମର୍‌ଦନ୍‌ ଘିଚାଟନା ହେଲା ବେଲ୍‌କେ ବଲ୍ଲୁଭାଇ ସେନୁ ଫେରାର୍‌ ମାରି ଦେବାର୍‌ଟା କେ ନେଇକରି ଚର୍ଚ୍ଚା ଜୋର୍‌ ଧରିଛେ ସହର୍‌ ଥି । ଇ’ ଘଟ୍‌ନା ଘଟ୍‌ଲା ଉତ୍‌ରୁ ବିଜେପିର ଯୁବନେତା ଗୋପାଳଜୀ ପାଣିଗ୍ରାହୀ ବଲ୍ଲୁ ଭାଇଙ୍କର ନାଁ ଥି ଟାଉନ୍‌ ଥାନା ଥି କେସ୍‌ କରିଛନ୍‌ । ଏନ୍‌ତା ଜନେ ବଡ଼୍‌ ନେତା ଆଏଲା ସମିଆଁ ଥି ତାହାଙ୍କୁ ସ୍ୱାଗତ୍‌ ସମ୍ବର୍ଦ୍ଧନା ଦେବାର୍‌ ଲାଗି ଖଚାଖଚ୍‌ ରାଲି ଚାଲ୍‌ଲା ବେଲ୍‌କେ ଏତ୍‌କି ଭିର୍‌ଭିର୍‌ନିଆଁ ପରିସ୍ଥିତି ଆମେ କେଭେ ନେଇଁ ଦେଖି ବଲି ବଲାଙ୍ଗିରବାସୀ ଆଲୋଚନା କରୁଛନ୍‌ ।

Leave A Reply

Your email address will not be published.