jayashree

ଏକ ଦିବସୀୟ ରକ୍ତବର୍ଗ ଚିହ୍ନଟ ଶିବିର ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ୍‌ ତଥା ଶହୀଦ ଭାଗତସିଂ ସ୍କାଉଟ ଟ୍ରୁପ୍ ତରଫରୁ ଏକ ଦିବସୀୟ ରକ୍ତବର୍ଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଭାରେ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ରକ୍ତର ବିଭିନ୍ନ ବର୍ଗ, ରକ୍ତଦାତାର ମହତ୍ତ୍ଵ, ରକ୍ତଦାନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ବିନିକା ହସ୍ପିଟାଲ ତଥା ନାଇକେନପାଲି ହସ୍ପିଟାଲର ଟେକ୍ନିସିଆନ୍ ବନମାଳୀ ସାହୁ ଓ ପ୍ରଦୀପ ଭୋଇ ୧୦୨ ଜଣ ଛାତ୍ରଛାତ୍ରୀଙ୍କ ରକ୍ତ ବର୍ଗ ଚିହ୍ନଟ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ନନ୍ଦିଘୋଷ ବାରିକ, ପ୍ରହଲ୍ଲାଦ ଦାଶ, ମନୋଜ କୁମାର ପୂଜାରୀ ସହଯୋଗ କରିଥିବା ବେଳେ ସଞ୍ଜୀବ ପୂଜାରୀ ଓ କିରଣ ପୁଟେଲ ସଂଯୋଜନା କରିଥିଲେ । ସ୍ନିଗ୍ଧା ପ୍ରଧାନ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Leave A Reply

Your email address will not be published.