csstore

କଲେଜଛକ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ

  • ଚଳିତ ବର୍ଷ ପୂଜା ପାଇଁ ନୂତନ କମିଟି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜଛକ ସ୍ଥିତ ଦୁର୍ଗା ମଣ୍ଡପଠାରେ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦୁର୍ଗାପୂଜା ୨୧ ବର୍ଷରେ ପଦାର୍ପଣ କରୁଥିବା ବେଳେ ପ୍ରତିବର୍ଷ ପରି ମଧ୍ୟ ପୂଜା ଏବଂ ମା’ଙ୍କ ମେଢ ମୁଖ୍ୟ ଆକର୍ଷଣ କରାଯିବାକୁ ସଦସ୍ୟମାନେ ନିଷ୍ପତି ନେଇଥିଲେ । ଚଳିତ ବର୍ଷ ପୂଜା ପାଇଁ ଏକ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ସିଦ୍ଧାର୍ଥ ରାଉତରାୟ, ଉପସଭାପତି ବଡ ତ୍ରିପାଠୀ, ସମ୍ପାଦକ ଦେବାଶିଷ ମିଶ୍ର, ସହସମ୍ପାଦକ ଗଗନ ମିଶ୍ର, କୋଷାଧ୍ୟକ୍ଷ ରିଲୁ ରଥ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା କମିଟିରେ ଅଜୟ ଦାସ, ମନୋଜ ମହାନ୍ତି, ବୁଲୁ ରାଉତରାୟ, ଦୀପକ ପଣ୍ଡା, ଅମୂଲ୍ୟ ରାୟ, ଦିଲ୍ଲୀପ ନାୟକ ରହିଛନ୍ତି । ବରିଷ୍ଠ ସଭ୍ୟ ଭାବେ ଜ୍ଞାନ ମିଶ୍ର, କୃପାସିନ୍ଧୁ ପାଢି, ଶ୍ରୀଧର ସେଠ, ଲିଙ୍ଗରାଜ ମେହେର, ଲୋକନାଥ ମିଶ୍ର, ଲଲାଟେନ୍ଦୁ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । ଚଳିତ ବର୍ଷ ପୂଜା କର୍ତା ଭାବେ ସୁରେନ୍ଦ୍ର ସାହୁ ଏବଂ ତାଙ୍କ ସହଧର୍ମିଣୀ ରହିବେ ବୋଲି ସ୍ଥିର ହୋଇଥିବା ବେଳେ ମା’ଙ୍କ ସମସ୍ତ ପୂଜାବିଧି ମୁଖ୍ୟ ପଣ୍ଡିତ ନବୀନ ପଣ୍ଡାଙ୍କୁ ମନୋନୀତ କରାଯାଇଛି ।

jayashree
Leave A Reply

Your email address will not be published.