jayashree

ମମିତା ମେହେର ପରିବାରଙ୍କୁ ଭେଟିଲେ ରାଜ୍ୟ ସଭାପତି

  • ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସିବିଆଇ ଦ୍ୱାରା କରାଯାଉ : ମନମୋହନ ସାମଲ
  • ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ୍‌ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ

ବଲାଙ୍ଗିର/ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ହେବାର ୨ ବର୍ଷ ବିତିଗଲାଣି । ତଥାପି ପ୍ରକୃତ ଦୋଷୀକୁ ଦଣ୍ଡ ମିଳିଲା ନାହିଁ କି ତାଙ୍କ ପରିବାରକୁ ନ୍ୟାୟ ମିଳିଲା ନାହିଁ । ମମିତା ମେହେର ଜଘନ୍ୟ ହତ୍ୟାକାଣ୍ଡରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସଠିକ୍‌ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନୈତିକ ସାହସ ନାହିଁ । ମମିତା ମେହେର ହତ୍ୟାରେ ସଂଶ୍ଳିଷ୍ଟ ସାକ୍ଷୀଙ୍କ ଜେଲ୍‌ରେ ଥିବା ବେଳେ ମୃତ୍ୟୁ ହୋଇଗଲା । ସେ ବି ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି । କାଳ ବିଳମ୍ବ ନକରି ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାନ୍ତୁ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ଦାବୀ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସାମଲ ବଲାଙ୍ଗିର ଜିଲ୍ଲା ତୁରେଇକେଲା ବ୍ଲକ ଅନ୍ତର୍ଗତ ଝରନୀ ଗ୍ରାମକୁ ଯାଇ ସ୍ୱର୍ଗତଃ ମମିତା ମେହେରଙ୍କ ବାପା, ମା’, ଭାଇ ଏବଂ ଅନ୍ୟାନ୍ୟ ପରିବାର ସଦସ୍ୟଙ୍କୁ ଭେଟି ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ବାରମ୍ବାର କହୁଛନ୍ତି ଆଇନ ଉର୍ଦ୍ଧ୍ୱରେ କେହି ନୁହଁନ୍ତି କିନ୍ତୁ କାର୍ଯ୍ୟରେ ଓଲଟା କରୁଛନ୍ତି । ବର୍ତମାନ ସୁଦ୍ଧା ପରିବାର ବର୍ଗକୁ ନ୍ୟାୟ ନମିଳିଥିବାରୁ ରାଜ୍ୟ ସଭାପତି ଅସନ୍ତୋଷ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ପୁଣି ଥରେ ଦାବୀ କରିଛନ୍ତି । ଏହି ଅବସରରେ ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ୍‌, ଜିଲ୍ଲା ପରିଷଦ ସଦସ୍ୟ ଶବ୍ଦ ମିର୍ଦ୍ଧା ଓ ଅନିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.