ସର୍ବଭାରତୀୟ କେନ୍ଦ୍ର ପେନ୍‌ସନ୍‌ ଭୋଗୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିନ୍ଦୁରବାହାଲ ଶିବମନ୍ଦିର ପରିସରରେ ସର୍ବଭାରତୀୟ କେନ୍ଦ୍ର ପେନ୍‌ସନ୍‌ ଭୋଗୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖା, ବଲାଙ୍ଗିର ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ରେଟାରୀ ବୃଷଭ ସା ଓ କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇଙ୍କ ତତ୍ୱାବଧାନରେ ସଂଘ କର୍ମକର୍ତ୍ତା ଗଣ ଶ୍ରମଦାନ କରି ମନ୍ଦିର ପରିସରରେ ପଡିଥିବା ଆବର୍ଜନା, ଘାସ, ପତ୍ର ସଫା କରିବା ସହ ସ୍ୱଚ୍ଛତା ଶପଥ ପାଠ କରିଥିଲେ । ଏଥିରେ ସଂଘର ଲକ୍ଷୀନ୍ଦ୍ର ପୁଟେଲ, ମଧୁ ମିର୍ଦ୍ଧା, ରମାକାନ୍ତ ପାଣିଗ୍ରାହୀ, ଦୀପକ ମାଙ୍କି, ମନୋରଞ୍ଜନ ତ୍ରିପାଠୀ, ବୃନ୍ଦାବନ ରଣା, ଚମ୍ପେଶ୍ୱର ରଣା, ଚମ୍ପେଶ୍ୱର ମିଶ୍ର, ଜଗବନ୍ଧୁ ସାହୁ, ବିଦେଶୀ ସାହୁ, କ୍ଷିରୋଦ୍ର ମେହେର, ଜଗା, ସନ୍ଦୀପ କୁମାର ପାଣିଗ୍ରାହୀ ଇତ୍ୟାଦି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ରମାକାନ୍ତ ପାଣିଗ୍ରାହୀଙ୍କ ବିଶେଷ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.