ବଲାଙ୍ଗିର ସହରରେ ଆଜି ପ୍ରଦର୍ଶିତ ହେଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ୍‌ ବୋମା ବିସ୍ଫୋରଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜି ପ୍ରଦର୍ଶିତ ହୋଇଛି ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ୍‌ ବୋମା ବିସ୍ଫୋରଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’ । ସିନେମାର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଏନ୍‌ଏଚ୍‌ଡିଆନ୍‌ ମନୋଜ ମିଶ୍ର ଦର୍ଶକମାନଙ୍କ ସହ ଉପସ୍ଥିତ ରହି ସିନେମା ନିର୍ମାଣ ସମୟର ଅନୁଭୂତି କହିଛନ୍ତି । ଦର୍ଶକମାନେ ବି ବେଶ୍‌ ପସନ୍ଦ କରିଛନ୍ତି ‘ମାଇଣ୍ଡ ଗେମ୍‌’ ଚଳଚ୍ଚିତ୍ରକୁ । ଆଜି ପୂର୍ବାହ୍ନ ୯ଟା ସମୟରେ ବଲାଙ୍ଗିର ସହରର ରୋୟାଲ୍‌ ସିନେମା ହଲ୍‌ରେ ଖଚାଖଚ୍‌ ଦର୍ଶକଙ୍କ ଭିଡ଼ରେ ‘ମାଇଣ୍ଡ ଗେମ୍‌’ ପ୍ରଦର୍ଶିତ ହୋଇଛି । ଏକ ସତ୍ୟ ଘଟଣା ଉପରେ ଆଧାରିତ କାହାଣୀ, ଯାହା ସାରା ଓଡ଼ିଶାକୁ ଦୋହଳାଇ ଦେଇଥିଲା, ତାହାକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ସିନେ ଜଗତର ଖୁବ୍‌ ନାମୀ ଦାମୀ କଳାକାରମାନେ ନିଖୁଣ ଅଭିନୟ କରିଥିବା ଦେଖିବାକୁ ମିଳିଛି । ଓଡ଼ିଆ, ହିନ୍ଦି, ତେଲୁଗୁ ଓ ସମ୍ବଲପୁରୀ ଭାଷାରେ ନିର୍ମିତ ଏହି ଚଳଚ୍ଚିତ୍ର ବାସ୍ତବରେ ଖୁବ୍‌ ହୃଦୟସ୍ପର୍ଶୀ ହୋଇଥିବା ଦର୍ଶକମାନେ କହିଛନ୍ତି । ଏହି ଘଟଣାର ଅଭିଯୁକ୍ତ ଏବେ ଜେଲ୍‌ ଭିତରେ ରହିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପୋଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଂଜ ପାଲଟିଥିଲା । ଏହି ଘଟଣାକୁ ଆଧାର କରି ନିର୍ମିତ ଚଳଚ୍ଚିତ୍ରକୁ ଲୋକେ ଏବେ ରୂପେଲି ପରଦାରେ ଦେଖି ବେଶ୍‌ ମନ୍ତ୍ରମୁଗ୍ଧ ଥିବା ଜଣାପଡ଼ୁଛି ।

Leave A Reply

Your email address will not be published.