ପାରିବାରିକ କଳହ ଉଜାଡ଼ି ଦେଲା ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାରିବାରିକ କଳହ ଉଜାଡ଼ି ଦେଇଛି ଗୋଟିଏ ପରିବାର । ଏଭଳି ଏକ ଘଟଣା ଘଟିଛି ତରଭା ଥାନା ଅନ୍ତର୍ଗତ ତିଲେତ୍‌ମାଲ୍‌ ଗାଁରେ । ସୂଚନା ଅନୁସାରେ ଗତ ୪ ତାରିଖ ସକାଳୁ ଗାଁର ରାଜୁ ଦଲପତି(୫୦) ଘରୋଇ କଳହକୁ ନେଇ ପୋକମରା ଔଷଧ ପିଇ ଦେଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରରେ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ତାଙ୍କ ଦେହାନ୍ତ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କ ପତ୍ନୀ ଓ ତାଙ୍କ ଝିଅ ତାଙ୍କୁ ହରାଇ ଅସହାୟ ହୋଇ ପଡ଼ିଛନ୍ତି । ସାମାନ୍ୟ ପାରିବାରିକ କଳହ ଉଜାଡ଼ି ଦେଲା ଏକ ପରିବାର ବୋଲି ଲୋକେ ଆଲୋଚନା କରୁଛନ୍ତି ।

Leave A Reply

Your email address will not be published.