ଯାତ୍ରୀବାହୀ ରେଳଗାଡ଼ି ଉପରକୁ ଟେକା ମାରି ଜଣେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯାତ୍ରୀବାହୀ ରେଳଗାଡ଼ି ଉପରକୁ ଟେକା ମାରି ଜଣେ ଯୁବକ ରେଳବାଇ ପୁଲିସ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁଇଁତଲା ଥାନା ଅର୍ନ୍ତଗତ ପଡିଆବାହାଲ ଗ୍ରାମର ଆକାଶ ଡାଙ୍ଗ । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ରାତି ପ୍ରାୟ ସାଢେ ୯ ଟା ସମୟରେ ଟ୍ରାକ୍‌ ନିକଟରେ ଆକାଶ ଓ ତାଙ୍କର ଦୁଇ ବନ୍ଧୁ ବିଶ୍ୱଜିତ କର୍ମୀ ଏବଂ ରାଧା କର୍ମୀ ଉପସ୍ଥିତ ଥିଲେ । ଏହି ସମୟେରେ ଧନବାଦ ଏକ୍ସପ୍ରେସ ଯାଉଥିଲା । ଟ୍ରେନକୁ ଦେଖି ଆକାଶ ଏକ ପଥର ମାରିଥିଲେ । ଟ୍ରେନ ଇଞ୍ଜିନର ସମ୍ମୁଖରେ ଲାଗିଥିବା କାଚ ଗ୍ଲାସ୍‌ରେ ପଥର ବାଜିବା ଫଳରେ କାଚ ଭାଙ୍ଗିଯାଇଥିଲା । ଲୋକୋ ପାଇଲଟ୍‌ ଆହତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏ ସର୍ମ୍ପକରେ ବଲାଙ୍ଗିର ରେଳ ଜଙ୍କସନ ସ୍ଥିତ ଆର୍‌ପିଏଫ୍‌ ଥାନାରେ ଅଭିଯୋଗ ହେବା ପରେ ଆର୍‌ପିଏଫ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଆକାଶ ଡାଙ୍ଗ ଟ୍ରେନ ଉପରକୁ ପଥର ମାଡ କରିଥିବା ସେମାନେ ଜାଣିବାକୁ ପାଇଥିଲେ । ଶଙ୍କରଭୋଜି ସ୍ଥିତ ଏକ ଗ୍ୟାରେଜରୁ ତାକୁ ଧରିଥିଲା ଆର୍‌ପିଏଫ୍‌ । ଥାନାକୁ ଆଣି ପଚରାଉଚୁରା କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲା । ଫଳରେ ତାକୁ ସିଆରପିକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.