ମହିଳା ଡିଗ୍ରୀ ମହାବିଦ୍ୟାଳୟର ପ୍ରଥମ ଔପଚାରିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପଦ୍ମପୁର ନବ ଗଠିତ ପରିଚାଳନା କମିଟି ଓ କର୍ମଚାରୀ ବୃନ୍ଦଙ୍କ ପ୍ରଥମ ଔପଚାରିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ପୁରୋହିତ । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ପରିଚାଳନା ସମିତିର ସମସ୍ତ ସଭ୍ୟ/ସଭ୍ୟାଙ୍କୁ ସ୍ଵାଗତ କରିବା ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଧ୍ୟାପିକା ସୁଶ୍ରୀ ସଂଗୀତା ଗୌନ୍ତିଆ ନୂତନ ପରିଚାଳନା ସମିତିର ସମସ୍ତ ସଭ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ କଲେଜର ସମସ୍ତ ସମସ୍ୟାକୁ ପର୍ଯ୍ୟାୟକ୍ରମେ ପୂରଣ କରିବା ପାଇଁ ସଭାପତି ତଥା ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ପରିଚାଳନା ସମିତିର ମହାଦେବ ସନବର୍ଷା, ମହମ୍ମଦ ଅଲତାଫ, ପଙ୍କଜ ପ୍ରଧାନ, ଶ୍ରୀମତୀ ସବିତା ପ୍ରଧାନ, ଶ୍ରୀମତୀ ସବିତା ବିଶ୍ୱାଳ, ଅଧ୍ୟାପିକା ଶ୍ରୀମତୀ କୁନ୍ତଳା ସାହୁ, ସୁଶ୍ରୀ ଗୀତାରାଣୀ ପୁରୋହିତ ଓ ଶ୍ରୀମତୀ ଜନତା ସାହୁ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ କଲେଜର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ସହଯୋଗ କରିଥିଲେ ଏବଂ ଶେଷରେ ଅଧ୍ୟାପିକା ଡ. ଚନ୍ଦ୍ରିକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.