ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଶାନ୍ତିପଡ଼ା ଗ୍ରୀଡ଼୍କୋ ପଛପଟ ପଡ଼ାରେ ମା’ମାନେ ପୁଅ ମାନଙ୍କ ସର୍ବମଙ୍ଗଳ କାମନା କରି ନିର୍ଜଳା ଉପବାସ କରି ଓଷା ପାଳନ କରିଥିବା ଦେଖିବାକୁ ମିଳିଛି । ଏହି ବ୍ରତରେ ମା’ ଦୂତିବାହନଙ୍କୁ ପୂଜା କରି ମା’ମାନେ ପୁଅମାନଙ୍କ ପାଇଁ ଦୀର୍ଘାୟୁ ମାଗିଛନ୍ତି । ଆଜି ଉଲ୍ଲାସର ସହ ମା’ମାନେ ନୂତନ ବସ୍ତ୍ର ପରିଧାନ କରି ନୀତିକାନ୍ତି ଅନୁସରେେ ବ୍ରତ ଧାରଣ କରିଛନ୍ତି । କାହିିଁ କେଉଁ କାଳରୁ ଏହି ଓଷା ଚାଲି ଆସିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଏହି ପୁଅ ଜିଉଁନ୍ତିଆ ଓଷା ଏକ ମୁଖ୍ୟ ଓଷା ଭାବରେ ପାଳିତ ହୋଇଆସୁଛି ।