csstore

ରାଜ୍ୟସ୍ତରୀୟ ଡ୍ରଇଂ ପ୍ରତିଯୋଗିତାରେ କଂଟାବାଞ୍ଜି ସେଂଟ ଜାଭିୟର୍ସ ସ୍କୁଲର ଛାତ୍ର ପ୍ରଥମ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସେଂଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ରାଜ୍ୟସ୍ତରୀୟ ଡ୍ରଇଂ ପ୍ରତିଯୋଗିତାରେ ପ୍ରଥମ ହୋଇ ସ୍କୁଲର ନାମ ଗୌରବ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେଂଟ ଜାଭିୟର୍ସ ହାଇସ୍କୁଲର ୪ର୍ଥ ଶ୍ରେଣୀର ଛାତ୍ର ରୋଶନ କୁମାର ବାରିକ ଆମ ଓଡିଶା ଦୈନିକ ଖବର କାଗଜ ସମ୍ବାଦର ଡ୍ରଇଂ ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି । ସେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ମାନପତ୍ର ପାଇ ପୁରସ୍କୃତ ହୋଇଥିବାରୁ ବିଦ୍ୟାଳୟ ତରଫରୁ ମ୍ୟାନେଜିଂଗ କମିଟି ସଭାପତି ରୋହିତ କୁମାର ଅଗ୍ରବାଲ ଏବଂ ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଶ୍ରୀ ବାରିକଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି ।

jayashree
Leave A Reply

Your email address will not be published.