jayashree

ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪ ଜଣ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ବଢ଼ି ଚାଲିଛି ବାଇକ୍‌ ଦୁର୍ଘଟଣା । ଏଥିରେ ବହୁ ଅମୂଲ୍ୟ ଧନ ଜୀବନ ନଷ୍ଟ ହେଉଛି । ଏଭଳି ସମୟରେ ସୁରକ୍ଷିତ ବାଇକ୍‌ ଚାଳନାର ବାର୍ତ୍ତା ପ୍ରଦାନ କରିବାକୁ ବାଇକ୍‌ରେ ବଲାଙ୍ଗିରରୁ କାଶ୍ମୀର ଯାତ୍ରା ପାଇଁ ବାହାରିଛନ୍ତି ୪ ଜଣ ଯୁବକ । ସଂପୃକ୍ତ ଯୁବକମାନେ ହେଲେ ଆଲୋକ କୁମାର ଚାନ୍ଦ, ନାନୁ ସାହୁ, ଶୟନ ମହାନ୍ତି ଓ ଟୁକୁ ତ୍ରିପାଠୀ । ଆଜି ସକାଳୁ ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା ସାରି ଯୁବକମାନେ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବାଇକ୍‌ ଚଳାଇବା ସମୟରେ ସବୁବେଳେ ହେଲ୍‌ମେଟ୍‌ ପରିଧାନ କରନ୍ତୁ, ବାଇକ୍‌ ରାଇଡ଼ର୍‌ ଜେକେଟ୍‌ ପିନ୍ଧନ୍ତୁ ଓ ଗାଡ଼ି ଚଳାଇବା ସମୟରେ ମୋବାଇଲ୍‌ ବ୍ୟବହାର କରନ୍ତୁ ନାହିଁ ବୋଲି ବାର୍ତ୍ତା ଦେବାକୁ ଦୀର୍ଘ ୬ ହଜାର କିଲୋମିଟର୍‌ ବାଇକ୍‌ ଯାତ୍ରା ପାଇଁ ବାହାରିଥିବା ସେମାନେ କହିଛନ୍ତି । ତେବେ ସେମାନଙ୍କ ଏହି ଯାତ୍ରା ୨୦ରୁ ୨୨ ଦିନ ସମୟ ଲାଗିବ ବୋଲି ସେମାନଙ୍କ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.