jayashree

ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଲାଲବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ତିଥିରେ ମୈତ୍ରୀ ମହଲର ୪୨ତମ ବାର୍ଷିକୋତ୍ସବ ହାଟପଦାପଡା ସ୍ଥିତ ମୈତ୍ରୀ ମହଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ଅନଙ୍ଗ ଉଦୟ ସିଂହଦେଓ, ଅନ୍ୟତମ ଅତିଥି ପୌରାଧକ୍ଷା ଶ୍ରୀମତୀ ଲିକା ସାହୁ, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ିଏଭି କଲେଜ ଟିଟିଲାଗଡ଼ ଶିବପ୍ରସାଦ ନନ୍ଦ ୱାଡ଼ ନମ୍ବର ୬ଏବଂ ୮ର କାଉନସିଲର ପିଙ୍କି କବାଟ, ନନ୍ଦିନୀ ପୋଡ଼, ଯୁବନେତା ଲୋଟସ ଷଡ଼ଙ୍ଗୀ, ଆଦ୍ୟଶଙ୍କର ମିଶ୍ର, ଶୋଭାଗିନୀ ପତି ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମୈତ୍ରୀ ମହଲ ଉନ୍ନତିକରଣ ଫଳକ ଉଦ୍‌ଘାଟନ ପୂର୍ବକ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସ୍ମୁତିଚାରଣ ସହ ମୈତ୍ରୀମହଲର ଉନ୍ନତି ତଥା ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବପିଢ଼ି ଆଗଭର ହେବା ପାଇଁ ମନ୍ତବ୍ୟ ପ୍ରଦାନ କରିଥିଲେ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କ୍ରୀଡା ସଂଗଠିକା ଇନ୍ଦିରା ନନ୍ଦିନୀ ନାଥ, ସଙ୍ଗୀତ ଶିଳ୍ପୀ ମୁରଲି ଧାରି ପତି, ବନ୍ୟ ଜନ୍ତୁ ସଂରକ୍ଷକ ଅରିନ୍ଦମ ପରିଛା, ସାମ୍ବାଦିକ ବିଭୁ କଲ୍ୟାଣ ଗଡତିଆ ନୃତ୍ୟ ଶିଳ୍ପୀ ସୁବଳ ମହାକୁର, କାଉନ୍‌ସିଳର ସଞ୍ଜୁଲତା ଦନ୍ତା, ସ୍ୱଚ୍ଛ ସଂକଳ୍ପ ସଙ୍ଘ ସଦସ୍ୟ ବୃନ୍ଦ ପ୍ରଭୃତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଜେଡି ନଗର ସଭାପତି ତଥା ୱାର୍ଡ ନଂ ୭ର କାଉନସିଲର ଶମ୍ଭୁ ନାଗ ସଭାକୁ ସଂଯୋଜନା କରିଥିବା ବେଳେ ମୈତ୍ରୀ ମହଲର ସଭାପତି ରବି ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ନୃତ୍ୟ ପ୍ରତିଯୋଗିତା ତଥା ଡ଼ିଉଲୋକ ଆର୍କେଷ୍ଟ୍ରାର କଳାକାରମାନେ ସଂଗୀତ ବିଚିତ୍ରା ପରିବେଷଣ କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହାଟପଦା, ବ୍ରାହଣପଡା, ବରପାଲି ପଡ଼ା, ରାମେଶ୍ୱର ନଗର, ଚିମିନିଭାଟି, ବିଭୁତିପଡା, ଗାନ୍ଧୀନଗର ଅଞ୍ଚଳ ତଥା ସହରର ଅନ୍ୟାନ୍ୟ କୋଣରୁ ସପରିବାର ଆସି ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ, କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ମୈତ୍ରୀ ମହଲର ସଦସ୍ୟ ବନୁ, ଜିତୁ, ତାଜୁ, ପ୍ରତୀକ, ଶିବରାଜ ତଥା ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.