csstore

ବିଶ୍ଵ ଶାନ୍ତିର ଅଗ୍ରଗଣ୍ୟ ସାରଥୀ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ଶାନ୍ତିର ଅଗ୍ରଗଣ୍ୟ ବାର୍ତ୍ତାବହ, ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାଠାଗାର ସମ୍ମୁଖସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତିରେ ଗାନ୍ଧୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରାଯାଇ ଯୁବ ସମାଜ ଆଗାମୀ ଦିନରେ ଗାନ୍ଧୀଙ୍କ ପ୍ରଦର୍ଶିତ ପଥ ଅନୁସରଣ କରିବା ପାଇଁ ଆହ୍ଵାନ ଦିଆଯାଇଛି । ବିଶ୍ଵ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହବାସ୍ଥାନ ପାଇଁ ଗାନ୍ଧୀଙ୍କ ପ୍ରଦର୍ଶିତ ପଥ ହିଁ ଏକମାତ୍ର ବିକଳ୍ପ ବୋଲି ଅନୁଷ୍ଠାନର ଆବାହକ ଯୁଧିଷ୍ଠିର ମେହେରଙ୍କ ଆବହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସୂଚନା କର୍ମୀ ହେମନ୍ତ ପଣ୍ଡା, ପ୍ରେସ କ୍ଳବର ସଭାପତି ଅରୁଣ ମିଶ୍ର, ବରିଷ୍ଠ ସମ୍ବାଦିକ ବିରେନ୍ଦ୍ର ଝାଙ୍କର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ତକ୍ଷକ ସମ୍ପାଦକ ବିଶ୍ଵମୟ ପୁଜାରୀ, କମ୍ବୁପାଣି ପୂଜାରୀ, ଦିଲୀପ ସାହୁ, କୋଶଲେଶ୍ଵର ମହାପାତ୍ର, ବିଚିତ୍ର ନଦ ପୁଟା, ଅସିତ ସାହୁ, ଦଶରଥ ବେହେରା, ହରେକୃଷ୍ଣ ରାଜପୁତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠାନର ଯୁଗ୍ମ ଆବାହକ ପ୍ରଶାନ୍ତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.