jayashree

ଝାରବନ୍ଧର ସ୍ୱାମୀ ବିବେକାନନ୍ଦ ଷ୍ଟଡ଼ି ସର୍କଲ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌

ଝାରବନ୍ଧ, (ପୁସ୍ତମ୍ ଯୁଆଡି) : ସ୍ୱାମୀ ବିବେକାନନ୍ଦ ଷ୍ଟଡ଼ି ସର୍କଲ, ଝାରବନ୍ଧ, ବରଗଡ଼ ଆନୁକୂଲ୍ୟରେ ଅନୁଷ୍ଠାନର ମାର୍ଗଦର୍ଶକ ସୁଶ୍ରୀ ଯାଜ୍ଞସେନି ନାୟକଙ୍କ ଅଧ୍ୟକ୍ଷତାରେ ଆଭାସି ମାଧ୍ୟମରେ ନୂଆଁଖାଇ ଭେଟ୍‌ଘାଟ୍‌ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଗଠନର କାର୍ଯ୍ୟକର୍ତ୍ତା ଅଲେଖ ସଗରିଆ ସଭା ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସଂସ୍କୃତ ଶ୍ରୀମଦ୍ ଭାଗବତ ଗୀତାର ସମ୍ବଲପୁରୀ ଅନୁବାଦକ ତଥା ସଂସ୍କୃତ ଅଧ୍ୟାପକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଏବଂ ସମ୍ବଲପୁରୀ କବି କୋଶଳ କବି ରତ୍ନ କୃଷ୍ଣଚନ୍ଦ୍ର ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସଂସ୍କୃତି, ପରମ୍ପରା ଓ ପୂଜା ପଦ୍ଧତିର ମହତ୍ତ୍ୱ ତଥା ସଂରକ୍ଷଣ ବିଷୟରେ ଆଲୋକପାତ କରିଥିଲେ । ସୁଶ୍ରୀ ନାୟକ ନୂଆଁଖାଇ ଦିନର ବସୁଧୈବ କୁଟୁମ୍ବକମ୍ ଭାବ, ସମ୍ମାନ ଶ୍ରଦ୍ଧା ଓ ଈଶ୍ୱର ସମର୍ପଣ ସବୁଦିନ ଜାରି ରହୁ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହ ସଂଯୋଜକ ରୁକ୍ମଣ ପ୍ରଧାନ କବିତା ପାଠ, ପ୍ରକାଶ ବାଗ ଧନ୍ୟବାଦ୍ ଅର୍ପଣ ଓ ସଂଯୋଜକ ଯତୀନ୍ଦ୍ର କୁମର୍ରା ସମାପନ ସଂଗୀତ ଗାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକର୍ତ୍ତା କେଶରୀ କୁମର୍ରା, ଅଜୁ ମେହେର, ଚନ୍ଦ୍ରିକା ନାଏକ, ବିଜେଶ୍ ପ୍ରଧାନ, ଲୋଚନ ସାହୁ ଆଦି ସହଯୋଗ କରିଥଲେ ।

Leave A Reply

Your email address will not be published.