ଭବାନୀପାଟଣା : ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ନିଦ୍ଦେଶକ ସୁବ୍ରତ କୁମାର ତ୍ରିପାଠୀଙ୍କ ତତ୍ୱାବଧାନରେ ଭବାନୀପାଟଣା ବ୍ଲକ ଗୋବରା ଗାଁ ଶଗଡା ସ୍ଥିତ ମା’ ଖମ୍ବେଶ୍ୱରୀ ମନ୍ଦିର ଓ ସୋମବାର ବଜାର ପ୍ରାଣଙ୍ଗରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ହରିଶଙ୍କର ପବ୍ଲିକ ସ୍କୁଲର ଅଧ୍ୟକ୍ଷ ମଧୁସୂଦନ ସ୍ୱାଇଁ ଯୋଗ ଦେଇଥିଲେ । ଏହି ଅବସରରେ ପରିବେଶକୁ କିପରି ସଫା ସୂତ୍ରା ରଖାଯିବ ଓ ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଉପସ୍ଥିତ ସମସ୍ତ ଯୁବକ ଯୁବତୀଙ୍କୁ ମାର୍ଗଦର୍ଶନ କରିଥିଲେ । ସେହିପରି ଜନ ଶିକ୍ଷଣ ସଂସ୍ଥାନର ପ୍ରୋଗ୍ରାମ ଅଫିସର ବୁଲୁ ପଳେଇ ଯୋଗଦେଇ ଜନ ଶିକ୍ଷଣ ଦ୍ୱାରା ଦିଆଯାଉଥିବା ବିଭିନ୍ନ କୌଶଳ ଶିକ୍ଷା ଉପରେ ବୁଝେଇବା ସହ ପରିବେଶକୁ ସଫା ରଖିବା ଉପରେ ଅବଗତ କରାଇଥିଲେ । ସେହିପରି ଆସିଷ୍ଟାଣ୍ଟ ପ୍ରୋଗ୍ରାମ ଅଫିସର୍ ଗଙ୍ଗାଧର ନାଏକ, ଆକାଉଣ୍ଟାଣ୍ଟ ଅମ୍ବେ ପ୍ରସାଦ ପ୍ରଧାନୀ, ସଂଯୋଜକ ଶ୍ରୀମତୀ କ୍ଷୀରମଣୀ କୁମ୍ଭାର ଯୋଗ ଦେଇଥିଲେ । ଏହି ଅବସରରେ ଅଞ୍ଚଳର ତିଳଯୋଡି, ଗୋବରା, କୂତରୁଖମାରର ଶତାଧିକ ଯୁବକ ଯୁବତୀ ଯୋଗ ଦେଇ ମନ୍ଦିର ପରିସରରେ ପଡ଼ିଥିବା ପଲିଥିନ, ପାଣି ବୋତଲ, ମଦ ବୋତଲ ପରି ଅନେକ ମଇଳାକୁ ସଫା କରିଥିଲେ । ସେହିପରି ବଜାର ପଡିଆରେ ପଡ଼ିଥିବା ଅଳିଆ ଆବର୍ଜନା ସବୁ ସଫା କରାଯାଇଥିଲା । ସମସ୍ତ ଅଳିଆ ଆବର୍ଜନା ସଫା କଲା ପରେ ଶେଷରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଥିବା ସମସ୍ତେ ସପ୍ତାହକୁ ୨ଘଣ୍ଟା ପରିବେଶ ପ୍ରତି ସମୟ ଦେଇ ବିଭିନ୍ନ କାର୍ଯ୍ୟ କରିବା ସହ ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ଶପଥ ନେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱେଛାସେବୀ ଯଶୋବନ୍ତ ରଣା, ଦେବାଶିଷ ସାହୁ, ଜୁଲି ଯୋଶୀ, ଶମ୍ଭୁ ବିଶି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ ।
Next Post